ମହଙ୍ଗା ପଡ଼ିଲା ଟିଣ୍ଡର ଚାଟିଂ, ଘରୋଇ ବ୍ୟାଙ୍କର ଡେପୁଟି ମ୍ୟାନେଜରଙ୍କୁ ଅପହରଣ ଓ ବ୍ଲାକ୍‌ମେଲିଂ କରାଯାଇଥିବାର ଆସିଲା ଅଭିଯୋଗ

କେନ୍ୟୁଜ୍(ବ୍ୟୁରୋ): ଡେଟିଂ ହେଲା କାଳ । ଯୁବତୀଙ୍କ ଦ୍ୱାରା ଅପହରଣ ହେଲେ ଯୁବକ । ୫ଲକ୍ଷ ଟଙ୍କା ଦିଅ ନ ହେଲେ ଭିଡିଓ ହୋଇଯିବ ଭାଇରାଲ । ଅନଲାଇନ୍‌ ଆପ୍‌ ‘ଟିଣ୍ଡୋର’ ଜରିଆରେ ସୋନପୁର ଜିଲ୍ଲାର ଏକ ଯୁବତୀଙ୍କ ସହ ସମ୍ପର୍କ ଆରମ୍ଭ ହୋଇଥିଲା ଏକ ଘରୋଇ ବ୍ୟାଙ୍କର କର୍ମଚାରୀ ସୁନିଲ ମିଶ୍ର । ଡେଟିଂ କରିବା ସହ ୨ତାରିଖ ରାତିରେ ଉଭୟ ଏକାଠି ରହିଥିଲେ । ମୋବାଇଲ ରେ ବି ଭିଡିଓ ସୁଟିଂ ହୋଇଥିଲା । ହେଲେ ୫ତାରିଖ ମେଡିକାଲ ଯିବା ବାହାନା ଦେଖାଇ ଅପହରଣ କରିଥିବା ନେଇ ସୁନିଲ ଥାନାରେ ଅଭିଯୋଗ କରିଛନ୍ତି । ୨୦ଘଣ୍ଟା ଏକ ଘରେ ରଖିବା ସହ ତାଙ୍କାର ଆକାଉଣ୍ଟ ବି ନିଲ କରିଦେଇଥିଲେ । ଏପରିକି ତାଙ୍କ ବାପାଙ୍କୁ ମଧ୍ୟ ୫ଲକ୍ଷ ଟଙ୍କା ମାଗିଥିଲେ ଯୁବତୀ ଓ ତାଙ୍କ ଗ୍ୟାଙ୍ଗ । ତେବେ କିଛି ଟଙ୍କା ଦେଇ ବାହାରକୁ ଆସିବା ପରେ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ସୁନିଲ ।

ସେପଟେ ଯୁବତୀ ଦେଇଛନ୍ତି ପାଲଟା ଅଭିଯୋଗ । ଅନଲାଇନ୍‌ ରେ ସମ୍ପର୍କ ହୋଇଥିଲା ସତ । ହେଲେ ବିନା ସହମତିରେ ଶାରିରିକ ସମ୍ପର୍କ ରଖିବା ଓ ଭିଡିଓ ରେକର୍ଡିଂ କରିଥିଲେ ଯୁବତୀ । ତେଣୁ ସୁନିଲର ମୋବାଇଲ ଫୋନ୍‌ ରୁ ସବୁ ଭିଡିଓକୁ ଡିଲିଟ୍‌ କରିବାକୁ ଏଭଳି କରିଥିବା କହିଛନ୍ତି ଯୁବତୀ

 ଉଭୟ ପକ୍ଷର ଅଭିଯୋଗକୁ ରୁଜୁ କରିଛି ଚନ୍ଦ୍ରଶେଖରପୁର ପୋଲିସ । ସୁନିଲଙ୍କ ଅଭିଯୋଗ ପରେ ସମ୍ପୃକ୍ତ ଯୁବତୀ ଓ ତାଙ୍କର ୩ଜଣ ପୁରୁଷ ବନ୍ଧୁକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସେପଟେ ଯୁବତୀଙ୍କ ଅଭିଯୋଗ ପରେ ସୁନିଲ ବି ଅଟକ ରଖିଛି ପୋଲିସ । ତେବେ କାହାଅଭିଯୋଗରେ ସତ୍ୟତା ରହିଛି ସେନେଇ ତନାଘନା ଚାଲିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.