ଯାଜପୁର: ପୁରୀରେ ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ପ୍ରତିବାଦରେ ଏସ.ୟୁ.ଜେର ପୋଲିସ DGଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ

ଯାଜପୁର ଟାଉନ(କେନ୍ୟୁଜ): ପୁରୀରେ ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ପ୍ରତିବାଦ ରେ ଆଜି ଯାଜପୁର ରେ ସାମ୍ବାଦିକ ସଂଗଠନ ଏସ ୟୁ ଜେ ର ଜିଲା ଶାଖା ପକ୍ଷରୁ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ସଂଗଠନର ରାଜ୍ୟ ସାଧାରଣ ସମ୍ପାଦକ କୈଳାସ ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଯାଜପୁର ଏସପିଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ଫରେଷ୍ଟ ଗାର୍ଡଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଛି। ଏହି ପ୍ରତିନିଧି ଦଳରେ ସାମ୍ବାଦିକ ଚିନ୍ତାମଣି ପାଢ଼ୀ,ସୁବାସ ଧଳ,ସନ୍ଦୀପ୍ତ ରାୟ ଏବଂ ଜ୍ଞାନରଞ୍ଜନ ଓଝା ସାମିଲ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.