Below header

ଆମେରିକାରେ କରୋନା ମୃତୁସଂଖ୍ୟାକୁ ନେଇ ଟ୍ରମ୍ପ କଲେ ଏପରି ଆକଳନ, ଦେଲେ ସତର୍କ ସୂଚନା

କରୋନା ସଂକ୍ରମଣ ଯୋଗୁ ଆମେରିକାରେ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଗାମୀ ଦିନରେ କରୋନା ମୃତ୍ୟୁ ସଂଖ୍ୟା ଆମେରିକାରେ ଲକ୍ଷେ ଟପିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସତର୍କ ସୂଚନା ଦେଇଛନ୍ତି। ଟ୍ରମ୍ପ ସରକାର କରୋନା ମୁକାବିଲା ଯୋଜନାବଦ୍ଧ ଭାବେ କାମ କରୁଥିବାବେଳେ ଏହାକୁ ରୋକିବା ସମ୍ଭବ ହେଉ ନ ଥିବା ସେ କହିଛନ୍ତି। ବର୍ଷ ଶେଷ ସୁଦ୍ଧା ଦେଶରେ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତ ହେବାର ସମ୍ଭାବନା ରହିଛି। ତେବେ ଆମେରିକା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପକ୍ଷରୁ କୁହାଯାଇଛି ଯେ, ପ୍ରତିଷେଧକ ଟୀକା ପ୍ରସ୍ତୁତି ପାଇଁ ୧୨ରୁ ୧୮ ମାସ ଲାଗିବ।

ଏହାପୂର୍ବରୁ ଟ୍ରମ୍ପ ଏପ୍ରିଲ ମାସରେ କହିଥିଲେ ଯେ, ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ୬୦ରୁ ୭୦ ହଜାର ମଧ୍ୟରେ ରହିବ। ସୂଚନାଯୋଗ୍ୟ, ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକାରେ ୬୮,୬୦୨ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧,୮୮୪୨୧ ଲୋକ ସଂକ୍ରମିତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.