ମୋହନା ବ୍ଲକକୁ କେରଳରୁ ଫେରିଲେ ୩୮ ଜଣ ପ୍ରବାସୀ ଓଡ଼ିଆ, କ୍ୱାରେଣ୍ଟାଇନ ସେଣ୍ଟରରେ ରଖିଲା ପ୍ରଶାସନ

ମୋହନା (କେନ୍ୟୁଜ): ଗଜପତି ଜ଼ିଲ୍ଲା ମୋହନା ବ୍ଲକକୁ କେରଳ ରୁ ୩୮ ଜଣ ପ୍ରବାସୀ ଓଡ଼ିଆ ଫେରିଛନ୍ତି l ସ୍ୱତନ୍ତ୍ର ଟ୍ରେନ ଯୋଗେ ସେମାନେ ଜଗନ୍ନାଥପୁର ଷ୍ଟେସନ ରେ ପହଞ୍ଚିବା ପରେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଏକ ସ୍ୱତନ୍ତ୍ର ବସ ଯୋଗେ ମୋହନା ବ୍ଲକ ଲୁହାଗୁଡି ଅଭିମୁଖେ ଅଣାଯାଇଥିଲା l ଲୁହାଗୁଡି ଆଦିବାସୀ ଛାତ୍ରୀନିବାସ ଠାରେ ନିର୍ମିତ କ୍ୱାରେଣ୍ଟାଇନ ସେଣ୍ଟର ରେ ସେମାଙ୍କୁ ରଖାଯାଇଛି l

mohan quarantineଫେରିଥିବା ପ୍ରବାସୀ ମାନେ ବ୍ଲକ ର ବିରିକୋଟ,ପିଣ୍ଡିକି,ଯୁବ ଏବଂ ବଡ଼ସିନ୍ଧିବା ପଞ୍ଚାୟତ ର ବୋଲି ଜଣାପଡିଛି l ୧୪ ଦିନ ସଂଘରୋଧ କେନ୍ଦ୍ରରେ ରହିବା ପରେ ସେମାନଙ୍କୁ ଘରକୁ ପଠାଯିବ ବୋଲି ଜ଼ିଲ୍ଲାପ୍ରଶାସନ ସୂଚନା ଦେଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.