Below header

୧୦ ବର୍ଷ ଭିତରେ ଓଡ଼ିଶାରେ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରିବ ଜେଏସଡବ୍ଲୁ ଗ୍ରୁପ, ମୁଖ୍ୟମନ୍ତ୍ରଙ୍କ ସହ ହେଲା ଆଲୋଚନା

କେନ୍ୟୁଜ୍(ବ୍ୟୁରୋ):  ଜେଏସଡବ୍ଲୁ ଗ୍ରୁପର ସିଏମ୍‌ଡି ସଜ୍ଜନ ଜିନ୍ଦଲଙ୍କ ସହ ଭିଡିଓ କନଫରେନ୍‌ସିଂରେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜଗତସିଂହପୁରରେ ଜିନ୍ଦଲର ଷ୍ଟିଲ୍‌ ପ୍ରକଳ୍ପ ନେଇ ଆଲୋଚନା କରିଛନ୍ତି । ଶୀଘ୍ର କାମ ପ୍ରକଳ୍ପ କାମ ଆରମ୍ଭ ହେବ ବୋଲି ସଜ୍ଜନ ଜିନ୍ଦଲ କହିଛନ୍ତି । ଜଗତସିଂହପୁର ଜିଲ୍ଲାରେ JSW ୧୨ ମିଲିୟନ ଟନ କ୍ଷମତା ବିଶିଷ୍ଟ ସମନ୍ଵିତ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଯାଉଛି ।

ଜେଏସଡବ୍ଲ୍ୟୁ ଆଗାମୀ ୧୦ ବର୍ଷ ଭିତରେ ଓଡ଼ିଶାରେ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରିବ । ଆଇଆଇଏମ ସମ୍ବଲପୁରରେ JSW ସେଣ୍ଟର ଫର ଡେଭଲପମେଣ୍ଟ ଷ୍ଟଡିଜ୍‌ ଖୋଲିବ । ଏହି ପ୍ରକଳ୍ପ ପାଇଁ ସବୁ ପ୍ରକାର ସହାୟତା କରାଯିବ ବୋଲି ଭି଼ିଡିଓ କନଫରେନ୍ସିଂରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.