ମହାରାଷ୍ଟ୍ର: ଭୁଶୁଡିଲା ୫ ମହଲା ବିଲ୍‌ଡିଂ, ୧୫ ଆହତ ଓ ୭୦ରୁ ଅଧିକ ଲୋକ ଫସିରହିଛନ୍ତି

କେନ୍ୟୁଜ୍(ବ୍ୟୁରୋ):  ମହାରାଷ୍ଟ୍ର ରାଇଗଡରେ ଭାଙ୍ଗିପଡ଼ିଛି ୫ ମହଲା ବିଲ୍‌ଡିଂ । ଏଥିରେ ୧୫ ଜଣ ଆହତ ହୋଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି । ତେବେ ବିଲ୍‌ଡିଂରେ ୭୦ରୁ ଅଧିକ ଲୋକ ଫସି ରହିଥିବା କୁହାଯାଉଛି। ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି। ଏନ୍‌ଡିଆର୍‌ଏଫ୍‌ର ୩ଟି ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

ଆଜି ସଂଧ୍ୟା ସାଢେ ୬ଟା ବେଳେ ରାଇଗଡ ଜିଲ୍ଲାର ମାହଦ ତହସିଲ ଅନ୍ତର୍ଗତ କାଜଲପୁରା ଅଂଚଳରେ ଥିବା ୫ ମହଲା ଅଟାଳିକାଟି ଧସି ଯାଇଥିଲା। ଏଥିରେ ୪୫ଟି ଫ୍ଲାଟ ଥିବା ଜଣାପଡିଛି। ଲଗାଣ ବର୍ଷା ଯୋଗୁ ଆଉ ମାଟି ନରମ ହୋଇ ବିଲ୍‌ଡିଂ ଧସିଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.