Below header

ଜୁନାଗଡ଼ ହାଇସ୍କୁଲର ୧୯୯୨ ବ୍ୟାଚର ପୁରାତନ ଛାତ୍ରଙ୍କ ବନ୍ଧୁ ମିଳନ, ସମ୍ପର୍କ ବଜାୟ ରଖିବା ପାଇଁ ସମାଜକୁ ଦେଲେ ବାର୍ତ୍ତା

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଭତ୍ରା ଡ୍ୟାମ ଠାରେ ୧୯୯୨ ବ୍ୟାଚର ଜୁନାଗଡ଼ ହାଇସ୍କୁଲର ଦଶମ ଶ୍ରେଣୀର ପାଠ ପଢିଥିବା ପୁରାତନ ଛାତ୍ରଙ୍କ ଦ୍ୱିତୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଅଛି ।

କଳାହାଣ୍ଡି (କେନ୍ୟୁଜ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଭତ୍ରା ଡ୍ୟାମ ଠାରେ ୧୯୯୨ ବ୍ୟାଚର ଜୁନାଗଡ଼ ହାଇସ୍କୁଲର ଦଶମ ଶ୍ରେଣୀର ପାଠ ପଢିଥିବା ପୁରାତନ ଛାତ୍ରଙ୍କ ଦଦ୍ୱିତୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଅଛି । ଏହି କାର୍ଯ୍ୟକ୍ରମରେ ୧୯୯୨ ବ୍ୟାଚର ପ୍ରାୟ ୬୦ରୁ ଊର୍ଦ୍ଧ୍ବ ପୁରାତନ ଛାତ୍ର ଏକାଠି ହୋଇଥିଲେ ।

ନିଜ ନିଜ ଭିତରେ ଭାଇଚାରର ପଵିତ୍ର ବନ୍ଧନକୁ କିଭଳି ଚିର ଦିନ ପାଇଁ ବଜାଇ ରଖିବେ ସେହି ଉଦ୍ଦେଶ୍ୟରେ ଏହି ବନ୍ଧୁ ମିଳନ ଭଳି ଏକ ନିଆରା କାର୍ଯ୍ୟକ୍ରମ କରିଥିଲେ। ଏହା ମାଧ୍ୟମରେ ନିଜ ନିଜ ଭିତରେ ରାଗରୁଷାକୁ ଭୁଲି କିଭଳି ସୁସମ୍ପର୍କର ସ୍ଥାପନ ହୋଇ ପାରିବ ସେନେଇ ସମାଜକୁ ଏକ ବାର୍ତ୍ତା ଦେଇଛନ୍ତି । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସମସ୍ତେ ମିଶି ଭୋଜି ଭାତ ସହିତ ନାଚ ଗୀତ କରି ଖୁବ ମଜା ଉଠାଇ ଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.