ପିକନିକ ଯାଉଥିବା ବେଳେ ଓଲଟିଲା ବସ୍‌ : ୨ ମୃତ, ୫୦ ଗୁରୁତର

ବସଟି ସ୍କୁଲ ଟ୍ରିପରେ ପୁନେରୁ କୋଙ୍କଣ ଯାଉଥିବା ବେଳେ ଦୁର୍ଘଟଣା ହୋଇଛି । ବସ୍‌ରେ ଅଧିକାଂଶ ପିଲା ରହିଥିଲେ । ଏହି ଦୁର୍ଘଟଣା ପୁନେ ଏବଂ ମାନଗାଁ ମଧ୍ୟରେ ଥିବା ଏକ ଘାଟ ରାସ୍ତାର ମୋଡରେ ହୋଇଛି ।

ମହାରାଷ୍ଟ୍ର : ମହାରାଷ୍ଟ୍ର ରାୟଗଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍‌ ଓଲଟିବା ଯୋଗୁଁ ୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ମହାରାଷ୍ଟ୍ରର ମାନଗାଁ ଥାନା ଅଞ୍ଚଳରେ ସକାଳ ସମୟ ୭.୩୦ ମିନିଟରେ ବସ୍‌ ଓଲଟିବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି । ଆହତ ହୋଇଥିବା ଲୋକଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ପ୍ରାରମ୍ଭିକ ସୂଚନା ମୁତାବକ, ବସଟି ସ୍କୁଲ ଟ୍ରିପରେ ପୁନେରୁ କୋଙ୍କଣ ଯାଉଥିବା ବେଳେ ଦୁର୍ଘଟଣା ହୋଇଛି । ବସ୍‌ରେ ଅଧିକାଂଶ ପିଲା ରହିଥିଲେ । ଏହି ଦୁର୍ଘଟଣା ପୁନେ ଏବଂ ମାନଗାଁ ମଧ୍ୟରେ ଥିବା ଏକ ଘାଟ ରାସ୍ତାର ମୋଡରେ ହୋଇଛି । ଘଟଣା ବିଷୟରେ ଖବର ମିଳିବା ପରେ ସ୍ଥାନୀୟ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଥିଲା । ଏହାପରେ ମହାଡ, ମନଗାଁରୁ ଉଦ୍ଧାରକାରୀ ଦଳ ଏବଂ ଆମ୍ବୁଲାନ୍ସ ଉଦ୍ଧାର ସ୍ଥଳରେ ପହଞ୍ଚିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.