ପାଣିପାଗର ବଦଳିବ ମିଜାଜ : ନୂଆ ବର୍ଷ ଆରମ୍ଭରୁ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

ନୂଆ ବର୍ଷ ଆରମ୍ଭରୁ ବର୍ଷା। ପଶ୍ଚିମାଝଡ଼ ପ୍ରଭାବରେ ନୂଆବର୍ଷ ଆରମ୍ଭରୁ ବର୍ଷା ସମ୍ଭାବନା ରହିଛି। ଜାନୁଆରୀ ପ୍ରଥମ ସପ୍ତାହ ଶେଷ ବେଳକୁ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ନୂଆବର୍ଷ ଆରମ୍ଭରୁ ପଶ୍ଚିମା ଝଡ଼ ପ୍ରଭାବରେ ପାଣିପାଗର ମିଜାଜ ବଦଳିବ।

ଭୁବନେଶ୍ୱର (କେନ୍ୟୁଜ): ନୂଆ ବର୍ଷ ଆରମ୍ଭରୁ ବର୍ଷା। ପଶ୍ଚିମାଝଡ଼ ପ୍ରଭାବରେ ନୂଆବର୍ଷ ଆରମ୍ଭରୁ ବର୍ଷା ସମ୍ଭାବନା ରହିଛି। ଜାନୁଆରୀ ପ୍ରଥମ ସପ୍ତାହ ଶେଷ ବେଳକୁ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ନୂଆବର୍ଷ ଆରମ୍ଭରୁ ପଶ୍ଚିମା ଝଡ଼ ପ୍ରଭାବରେ ପାଣିପାଗର ମିଜାଜ ବଦଳିବ।

ଏବେ ରାଜ୍ୟରେ ଶୀତ ଲହରୀ ଜାରି ରହିଛି। କିଛି ଦିନର ପ୍ରବଳ ଥଣ୍ଡା ପରେ ଶୀତ ସାମାନ୍ୟ କମିଛି। ଆସନ୍ତା ୨ ଦିନରେ ରାଜ୍ୟରେ ସ୍ଵାଭାବିକ ତାପମାତ୍ରା ଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହିବାର ସମ୍ଭାବନା ରହିଛି । ଗତକାଲି ଭୁବନେଶ୍ଵରରେ ୧୭.୨ C ଥିଲା । ଅର୍ଥାତ୍ ସ୍ଵାଭାବିକ ଠାରୁ ୩ ଡିଗ୍ରୀ ଅଧିକ ଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଘନ କୁହୁଡ଼ି ଦେଖାଯାଇଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ୩୦ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା ଅଛି । ଅର୍ଥାତ୍‌ ନୂଆବର୍ଷର ସ୍ପର୍ଶରେ ଦୂରେଇ ଯାଇପାରେ କୁହୁଡ଼ି ଚାଦର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.