ଶୀତଦିନେ କମ୍ବଳରେ ମୁହଁ ଘୋଡାଇ ଶୋଉଛନ୍ତି କି ? ସାବଧାନ ସାମ୍ନା କରିପାରନ୍ତି ବଡ ସମସ୍ୟାର

ଆପଣମାନେ ତ ଜାଣିଥିବେ, ଯେ ଶୋଇବା ସମୟରେ କିଛି ଲୋକ କମ୍ବଳରେ ମୁହଁ ଘୋଡାଇ ଶୋଇବା ପାଇଁ ପସନ୍ଦ କରନ୍ତି । କିନ୍ତୁ ଏପରି କରିବା ପାଇଁ ତାଙ୍କୁ ମନା କରାଯାଇଥାଏ । କାରଣ ଏପରି କରିବା ଦ୍ୱାରା ଆପଣଙ୍କର ଅନେକ ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ ।

ବର୍ତ୍ତମାନ ଶୀତର ସମୟ ଚାଲିଛି । ତେବେ ଆମକୁ ଏହି ଦିନରେ ବିନା କମ୍ବଳରେ ରହିବା ପାଇଁ ବହୁତ ଅସୁବିଧା ହୋଇଥାଏ । ସେଥିପାଇଁ ସମସ୍ତ ଲୋକ ଶୋଇବା ପାଇଁ କମ୍ବଳର ବ୍ୟବହାର କରିଥାନ୍ତି । ତେବେ ଆପଣମାନେ ତ ଜାଣିଥିବେ, ଯେ ଶୋଇବା ସମୟରେ କିଛି ଲୋକ କମ୍ବଳରେ ମୁହଁ ଘୋଡାଇ ଶୋଇବା ପାଇଁ ପସନ୍ଦ କରନ୍ତି । କିନ୍ତୁ ଏପରି କରିବା ପାଇଁ ତାଙ୍କୁ ମନା କରାଯାଇଥାଏ । କାରଣ ଏପରି କରିବା ଦ୍ୱାରା ଆପଣଙ୍କର ଅନେକ ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ । ତେବେ ପ୍ରତିଦିନ କମ୍ବଳରେ ମୁହଁ ଘୋଡାଇ ଶୋଇବା ଦ୍ୱାରା ନିଶ୍ୱାସ ନେବାରେ ଅସୁବିଧା ହେବା ସହ ରକ୍ତ ସଞ୍ଚାଳନ ହେବା ମଧ୍ୟ ପ୍ରଭାବିତ ହୋଇଥାଏ । ଏପରି ହେବାର କାରଣ ହେଉଛି ଆମେ କମ୍ବଳରେ ମୁହଁ ଘୋଡାଇ ଶୋଇବା ଦ୍ୱାରା ଆମେ ଠିକ୍‌ ଭାବେ ବାହାରର ତାଜା ଅମ୍ଳଜାନ ପାଇନଥାଉ ଏବଂ କେବଳ ଖରାପ ଅମ୍ଳଜାନ ଶରୀର ଭିତରକୁ ଯାଇଥାଏ । ଏହା ବ୍ୟାତୀତ ମୁହଁ ଘୋଡାଇ ଶୋଇବା ମଧ୍ୟ ମେଟାବୋଲିଜିମ୍ ଉପରେ ପ୍ରଭାବ ପକାଇଥାଏ । ତାହେଲେ ଆସନ୍ତୁ ଜାଣିବା ଏପରି ହେବାର ଅନ୍ୟ ସବୁ କାରଣ ଏବଂ ହେଉଥିବା ଅସୁବିଧା ବିଷୟରେ ।

ଜାଣନ୍ତୁ ମୁହଁ ଘୋଡାଇ କାହିଁକି ଶୋଇବା ଉଚିତ ନୁହେଁ :
ଫୁସଫୁସ ନଷ୍ଟ ହୋଇପାରେ :
ମୁହଁ ଘୋଡାଇ ଶୋଇବା ଦ୍ୱାରା ସଠିକ୍ ପରିମାଣର ଅମ୍ଳଜାନ ଶରୀରରେ ପହଞ୍ଚେ ନାହିଁ । ଏହା ଫୁସଫୁସ ଉପରେ ଖରାପ ପ୍ରଭାବ ପକାଇଥାଏ ଏବଂ ଶ୍ୱାସକ୍ରିୟା କିମ୍ବା ହାର୍ଟ ଆଟାକ ଭଳି ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହୋଇପାରେ । ଅନେକ କ୍ଷେତ୍ରରେ ଫୁସଫୁସ ମଧ୍ୟ ସଙ୍କୁଚିତ ହେବା ପରି ଦେଖାଯାଏ । ତେଣୁ ଶୀତଦିନେ ମୁହଁ ଘୋଡାଇ ଶୋଇବା ପାଇଁ ମନା କରାଯାଏ ।

ତ୍ୱଚା ସମସ୍ୟା :
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଶୀତଦିନେ ମୁହଁ ଘୋଡାଇ ଶୋଇବା ଦ୍ୱାରା ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟା ହୋଇପାରେ । ତେବେ କମ୍ବଳ ଭିତରେ ଥିବା ଖରାପ ବାୟୁ ତ୍ୱଚାର ରଙ୍ଗକୁ କଳା କରିପାରେ । ଏହାଦ୍ୱାରା ତ୍ୱଚାରେ ଦାଗ ମଧ୍ୟ ହୋଇପାରେ । ଅଧିକାଂଶ କ୍ଷେତ୍ରରେ ଲୋକମାନେ ଜାଣି ନାହାଁନ୍ତି ଯେ ମୁହଁ ଘୋଡାଇ ଶୋଇବା କାରଣରୁ ଏପରି ହୋଇଥାଏ । ତେଣୁ ଏହି ଅଭ୍ୟାସକୁ ତୁରନ୍ତ ପରିବର୍ତ୍ତନ କରିବା ଉଚିତ । ନଚେତ ଆପଣ ଆଗକୁ ଯାଇ ବଡ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଯେଉଁମାନଙ୍କର ଆସ୍ଥମା, ସିଓପିଡି କିମ୍ବା ଅନ୍ୟ କୌଣସି ଶ୍ୱାସ ଜନିତ ସମସ୍ୟା ଅଛି, ସେମାନେ ଭୁଲରେ ମଧ୍ୟ ମୁହଁ ଘୋଡାଇ ଶୋଇବା ଉଚିତ୍ ନୁହେଁ । ଏହା ଏପରି ଲୋକଙ୍କ ପାଇଁ ଆଗକୁ ଯାଇ ସାଂଘାତିକ ହୋଇପାରେ । ଆସ୍ଥମା କିମ୍ବା ଅନ୍ୟାନ୍ୟ ରୋଗରେ ପୀଡିତ ରୋଗୀଙ୍କ ଫୁସଫୁସ ଦୁର୍ବଳ ହୋଇଯାଏ, ଏପରି ପରିସ୍ଥିତିରେ ସେମାନେ ମୁହଁ ଘୋଡାଇ ଶୋଇବା ଦ୍ୱାରା ସଠିକ୍‌ ପରିମାଣରେ ଅମ୍ଳଜାନ ପାଇପାରିବେ ନାହିଁ । ଏପରି ପରିସ୍ଥିତିରେ ଆସ୍ଥମା କିମ୍ବା ନିଶ୍ୱାସ ପ୍ରଶ୍ୱାସ ଭଳି ଅନେକ ରୋଗ ହୋଇପାରେ । ତେଣୁ ଏହିପରି ରୋଗୀମାନେ ମୁହଁ ଘୋଡାଇ କେବେବି ଶୋଇବା ଉଚିତ୍ ନୁହେଁ । ନଚେତ ଆଗକୁ ଯାଇ ସେମାନଙ୍କ ପାଇଁ ବହୁତ ବଡ ସମସ୍ୟା ହୋଇପାରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.