Below header

ଟ୍ରକ୍ ଧକ୍କାରେ ୪ ବର୍ଷ ଶିଶୁର ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ୍ କଲେ ପରିବାର ଲୋକେ

ମାଡ଼ିଗଲା ଟ୍ରକ୍, ଶିଶୁ ମୃତ । ଉମରକୋଟ ରାଇଘର ବ୍ଲକ ଦେଓଭରଣ୍ଡିରେ ଦୁର୍ଘଟଣା । ସାଢ଼େ ଚାରିବର୍ଷର ଶିଶୁ ଉପରେ ମାଡ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ଶିଶୁଟିର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଶିଶୁ ଛତିଶଗଡ଼ ଅଞ୍ଚଳ ବୋଲି ଜଣାପଡିଛି ।

ଉମରକୋଟ (କେନ୍ୟୁଜ): ମାଡ଼ିଗଲା ଟ୍ରକ୍, ଶିଶୁ ମୃତ । ଉମରକୋଟ ରାଇଘର ବ୍ଲକ ଦେଓଭରଣ୍ଡିରେ ଦୁର୍ଘଟଣା । ସାଢ଼େ ଚାରିବର୍ଷର ଶିଶୁ ଉପରେ ମାଡ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ଶିଶୁଟିର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଶିଶୁ ଛତିଶଗଡ଼ ଅଞ୍ଚଳ ବୋଲି ଜଣାପଡିଛି । ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ପରିବାର ଓ ଗ୍ରାମବାସୀ ରାସ୍ତାରୋକ୍ କରିଛନ୍ତି ।

ସୂଚନା ଅନୁସାରେ ରାଇଘର ଦେଓଭରଣ୍ଡି ଗାଁର ଜଣେ ସମ୍ପର୍କୀୟଙ୍କ ଘରକୁ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିଲେ । ତେବେ ରାସ୍ତା ପାର କରୁଥିବା ବେଳେ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ପରିବାର ଓ ଗ୍ରାମବାସୀ ରାସ୍ତାରୋକ୍ କରିଛନ୍ତି । ଫଳରେ ନବରଙ୍ଗପୁରରୁ ରାୟପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାଇଘର ପୋଲିସ ଓ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ ହଟାଇବା ପାଇଁ ଆଲୋଚନା କରୁଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.