ରିଷଭ ପନ୍ତଙ୍କ ଜୀବନର ଭୟଙ୍କର ଦିନ ୩୦ ଡିସେମ୍ବର, ମୃତ୍ୟୁକୁ ହରାଇ ମଇଦାନକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି ଖେଳାଳି

ପନ୍ତ ଏବଂ ତାଙ୍କ ଫ୍ୟାନ୍ସଙ୍କ ପାଇଁ ସବୁବେଳେ ୩୦ ଡିସେମ୍ବର ସ୍ମରଣୀୟ ହୋଇ ରହିବ । ଦୁର୍ଘଟଣା ପନ୍ତଙ୍କ ଜୀବନରେ ବହୁତ କିଛି ପରିବର୍ତ୍ତନ ହୋଇଯାଇଛି ଆଉ କିଛି ସ୍ୱପ୍ନ ଭାଙ୍ଗିଯାଇଛି । ପନ୍ତଙ୍କ ଦୁର୍ଘଟଣାକୁ ବର୍ଷେ ବିତିଯାଇଥିଲେ ସୁଦ୍ଧା ଏଥିରୁ ବାହାରିପାରିନାହାନ୍ତି ।

ଟିମର ଷ୍ଟାର ଓ୍ଵିକେଟ କିପର ରିଷଭ ପନ୍ତ ମଇଦାନକୁ ଫେରିବାକୁ ଆଉ କିଛି ସମୟ ଲାଗିବ । ଗତବର୍ଷ ୩୦ ଡିସେମ୍ବର ୨୦୨୨ରେ ନୂଆବର୍ଷ ପାଳନ ପାଇଁ ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ ରିଷଭ ପନ୍ତ । ପନ୍ତ ଏବଂ ତାଙ୍କ ଫ୍ୟାନ୍ସଙ୍କ ପାଇଁ ସବୁବେଳେ ୩୦ ଡିସେମ୍ବର ସ୍ମରଣୀୟ ହୋଇ ରହିବ । ଦୁର୍ଘଟଣା ପନ୍ତଙ୍କ ଜୀବନରେ ବହୁତ କିଛି ପରିବର୍ତ୍ତନ ହୋଇଯାଇଛି ଆଉ କିଛି ସ୍ୱପ୍ନ ଭାଙ୍ଗିଯାଇଛି । ପନ୍ତଙ୍କ ଦୁର୍ଘଟଣାକୁ ବର୍ଷେ ବିତିଯାଇଥିଲେ ସୁଦ୍ଧା ଏଥିରୁ ବାହାରିପାରିନାହାନ୍ତି । ପନ୍ତ ଏବେ ବି ସୁସ୍ଥ ହୋଇନାହାନ୍ତି । ଆଉ ଟିମକୁ ଫେରିବାକୁ କଠିନ ପରିଶ୍ରମ କରୁଛନ୍ତି ।

କୁହାଯାଏ, ଡାକ୍ତର ହିଁ ଭଗବାନ । ତେଣୁ ପନ୍ତଙ୍କୁ ଦ୍ୱିତୀୟ ଜୀବନ ଦେଇଥିବା ଡାକ୍ତର ଦିନେଶ । ଦୁର୍ଘଟଣା ପରେ ପନ୍ତଙ୍କୁ ଦ୍ୱିତୀୟ ଜୀବନ ଦେଇଥିବା ବ୍ୟକ୍ତି ହେଲେ ମୁମ୍ବାଇ କୋକିଲାବେନ ହସପିଟାଲର ଅର୍ଥୋସ୍କୋର୍ପି ବିଭାଗର ନିର୍ଦ୍ଦେଶକ ଦିନେଶ ପରଦିଓ୍ଵାଲା । ପନ୍ତଙ୍କ ଆଣ୍ଠୁ ସର୍ଜରୀ କରିଥିଲେ ଦିନେଶ ପରଦିଓ୍ଵାଲା । ଡାକ୍ତରଙ୍କ ସଫଳ ସର୍ଜରୀ ଯୋଗୁଁ ଆଜି ପନ୍ତ ନିଜ ଗୋଡରେ ଚାଲିପାରୁଛନ୍ତି । ଏହି ଡାକ୍ତର ଜଣକ ଧୋନି, ଯୁବରାଜ, ସଚିନ ତେନ୍ଦୁଲକରଙ୍କ ଭଳି କ୍ରିକେଟରଙ୍କ ଚିକିତ୍ସା କରିଛନ୍ତି ।

ସୂଚନାଯୋଗ୍ୟ, ରିଷଭ ପନ୍ତ ଗତବର୍ଷ ୩୦ ଡିସେମ୍ବରରେ ନିଜ ମା’ଙ୍କୁ ସରପ୍ରାଇଜ ଦେବା ପାଇଁ ଦିଲ୍ଲୀରୁ ରୁଡକୀ ଯାଉଥିଲେ । ଡେରାଡୁନରେ ଏକ ଡିଭାଇଡରରେ ପିଟି ହୋଇଥିଲେ । ତେବେ ବଡ଼ ଅଘଟଣ ପୂର୍ବରୁ ପନ୍ତ କାରର କାଚ ଭାଙ୍ଗି ଏହା ମଧ୍ୟରୁ ଡେଇଁ ପଡ଼ିଥିଲେ। ଫଳରେ ସେ ଏକ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ରିଷଭ କିନ୍ତୁ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ଡାହାଣ ଗୋଡ ଆଣ୍ଠୁର ଲିଗାମେଣ୍ଟ ଭାଙ୍ଗିଯାଇଥିଲା । ଡାହାଣ ହାତ କହୁଣୀ, ପାପୁଲି ଏବଂ ଆଙ୍ଗୁଠିରେ ଆଘାତ ଲାଗିଥିଲା । ପିଠିରେ ଅନେକ ସ୍ଥାନରେ ଗଭୀର ଆଘାତ ଲାଗିଥିଲା ।

ତେବେ ଉତ୍ତରାଖଣ୍ଡର ମ୍ୟାକ୍ସ ହସ୍ପିଟାଲରେ ପନ୍ତଙ୍କ ପ୍ଲାଷ୍ଟିକ ସର୍ଜରୀ ସଫଳତାର ଶେଷ ହୋଇଥିଲା । ହରିୟାଣା ରୋଡେଓ୍ଵଜର ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟର ତାଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ । ଦୁର୍ଘଟଣାରେ ପନ୍ତଙ୍କ କାର ଜଳିପୋଡି ପାଉଁଶ ହୋଇଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.