ଓଭର ବ୍ରିଜ ତଳେ ଫସିଲା ବିମାନ, ଦୁଇ ଘଣ୍ଟା ଧରି ଜାମ ରହିଲା ଜାତୀୟ ରାଜପଥ

ବିହାରର ମୋତିହାରୀର NH-27ରେ ପିପରାକୋଠୀ ଛକ ଓଭର ବ୍ରିଜ ତଳେ ଫସିଲା ବିମାନ । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଖୁବ ବିଶୃଙ୍ଖଳା ଦେଖାଦେଇଥିଲା ଏବଂ ପ୍ରାୟ ଦୁଇ ଘଣ୍ଟା ଧରି ଯାତାୟାତ ବ୍ୟାହତ ହୋଇଥିଲା । ବିମାନଟି ଓଭରବ୍ରିଜରେ ଅଟକି ରହିଥିବା ଖବର ଜଙ୍ଗଲୀ ନିଆଁ ପରି ବ୍ୟାପିଗଲା । ନିକଟସ୍ଥ ଲୋକମାନେ ଏହି ଦୃଶ୍ୟ ଦେଖିବାକୁ ଖୁବ ଭିଡ଼ ଜମାଇଥିଲେ ।

ବିହାରର ମୋତିହାରୀର NH-27ରେ ପିପରାକୋଠୀ ଛକ ଓଭର ବ୍ରିଜ ତଳେ ଫସିଲା ବିମାନ । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଖୁବ ବିଶୃଙ୍ଖଳା ଦେଖାଦେଇଥିଲା ଏବଂ ପ୍ରାୟ ଦୁଇ ଘଣ୍ଟା ଧରି ଯାତାୟାତ ବ୍ୟାହତ ହୋଇଥିଲା । ବିମାନଟି ଓଭରବ୍ରିଜରେ ଅଟକି ରହିଥିବା ଖବର ଜଙ୍ଗଲୀ ନିଆଁ ପରି ବ୍ୟାପିଗଲା । ନିକଟସ୍ଥ ଲୋକମାନେ ଏହି ଦୃଶ୍ୟ ଦେଖିବାକୁ ଖୁବ ଭିଡ଼ ଜମାଇଥିଲେ ।

ଏହି ସମୟରେ ଲୋକଙ୍କ ମନରେ ଚାଲିଥିଲା ଅନେକ ପ୍ରଶ୍ନ । ଆକାଶମାର୍ଗରେ ଯାତାୟାତ କରୁଥିବା ବିମାନ ଓଭରବ୍ରିଜ ତଳକୁ କିପରି ଆସିଲା ଏବଂ ଏହା କିପରି ଅବତରଣ କଲା ଜାଣିବା ପାଇଁ ଲୋକମାନେ ଚିନ୍ତିତ ହେଲେ । ଅତ୍ୟଧିକ ଜାମ ପରେ ଲୋକମାନେ ପିପରାକୋଠୀ ପୋଲିସ ଷ୍ଟେସନକୁ ଏନେଇ ସୂଚନା ଦେଇଥିଲେ । ପୋଲିସ ଷ୍ଟେସନ ମୁଖ୍ୟ ମନୋଜ କୁମାର ସିଂ, ଏସଆଇ ରାଜେଶ କୁମାର ଏବଂ ଅନ୍ୟ ଅଧିକାରୀମାନେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ବିମାନଟିକୁ ସେଠାରୁ ବାହାର କରିଥିଲେ ।

ବାସ୍ତବରେ ଏକ ବିମାନର ବଡିକୁ ଲକ୍ଷ୍ନୋରୁ ଆସାମକୁ ଟ୍ରକ୍ ଯୋଗେ ପରିବହନ କରାଯାଉଥିଲା । ଏହି ସମୟରେ ବିମାନର ବଡି NH-27 ପିପରାକୋଠୀ ଓଭର ବ୍ରିଜ ଅତିକ୍ରମ କରୁଥିବା ସମୟରେ ଅଟକି ଯାଇଥିଲା । ଏହି ସମୟ ମଧ୍ୟରେ ଲୋକମାନେ ବ୍ରିଜ ତଳେ ଅଟକି ରହିଥିବା ବିମାନର ଫଟୋ ଏବଂ ସେଲଫି ନେବାକୁ ଲାଗିଲେ । ଦୀର୍ଘ ଦୁଇ ଘଣ୍ଟାର ସଂଘର୍ଷ ପରେ ବିମାନଟି ବାହାରକୁ ଆସିଥିଲା ଏବଂ ଜାମରେ ଅଟକି ରହିଥିବା ଗାଡି ଏବଂ ଲୋକମାନେ ପୁନର୍ବାର ଶାନ୍ତିରେ ଯାତାୟାତ କରିପାରିଥିଲେ ।

ତେବେ ଆପଣମାନେ ଭାବୁଥିବେ ଏହି ବିମାନଟି ବ୍ରିଜ ତଳେ କିପରି ଅଟକି ଗଲା । ବାସ୍ତବରେ, ପିପରାକୋଠୀ ଠାରେ, ଗୋପାଳଗଞ୍ଜରୁ NH-27 ରେ ଆସୁଥିବା ଗାଡିଗୁଡ଼ିକ ଓଭରବ୍ରିଜ୍ ତଳେ ଦେଇ ମୁଜାଫରପୁର ଆଡକୁ ଯାଇଥାଏ । ଏହି ଡ୍ରାଇଭର ଜଣକ ପିପରାକୋଠୀ ନିକଟ ଓଭର ବ୍ରିଜରୁ ବିମାନର ବଡି ନେଇ ଯାଉଥିବା ଟ୍ରକକୁ ବାହାର କରିବାକୁ ଚେଷ୍ଟା କରିବା ମାତ୍ରେ ଏହାର ଉପର ଅଂଶ ବ୍ରିଜ ତଳେ ଅଟକି ଯାଇଥିଲା ।

ତେବେ ଏହିଭଳି ଘଟଣା ପ୍ରଥମ ଥର ପାଇଁ ନୁହେଁ । ଗତବର୍ଷ ହାଇଦ୍ରାବାଦରେ ମଧ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା । ହାଇଦ୍ରାବାଦର ପିସ୍ତା ହାଉସ ମାଲିକଙ୍କ ଦ୍ୱାରା କିଣାଯାଇଥିବା ଏକ ପୁରୁଣା ବିମାନ କୋଚିରୁ ହାଇଦ୍ରାବାଦ ଫେରିବା ସମୟରେ ଏକ ଅଣ୍ଡରପାସରେ ଫସିଯାଇଥିଲା ଯାହାକୁ ଦେଖିବା ପାଇଁ ଲୋକମାନଙ୍କର ଖୁବ ଭିଡ ଜମିଥିଲା । ଏବେ ପୁନର୍ବାର ଏହି ଘଟଣା ସମାନ ଢଙ୍ଗରେ ଘଟିଛି ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.