ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ: ବିଲ ପାସ୍ କରାଇଦେବା ପାଇଁ ନେଉଥିଲେ ୩୦ ହଜାର ଲାଞ୍ଚ
ଲାଞ୍ଚ ନେଉଥିବା ବେଳେ କଟକ ବଡ଼ମ୍ବା ବ୍ଲକ ନିର୍ବାହୀ ଯନ୍ତ୍ରୀ ବାଉରୀବନ୍ଧୁ ପରିଡ଼ାଙ୍କୁ ଧରିଲା ଭିଜିଲାନ୍ସ। ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ପୂର୍ବରୁ ଯୋଜନାବଦ୍ଧ ଭାବେ ରହିଥିବା ଭିଜିଲାନ୍ସ ଟିମ୍ ।
ନରସିଂପୁର (କେନ୍ୟୁଜ): ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ । ଲାଞ୍ଚ ନେଉଥିବା ବେଳେ କଟକ ବଡ଼ମ୍ବା ବ୍ଲକ ନିର୍ବାହୀ ଯନ୍ତ୍ରୀ ବାଉରୀବନ୍ଧୁ ପରିଡ଼ାଙ୍କୁ ଧରିଲା ଭିଜିଲାନ୍ସ । ବଡମ୍ବା ବ୍ଲକ ତୁଣୁପୁର ଗାଁର ସରପଞ୍ଚଙ୍କ ସ୍ୱାମୀଙ୍କ ଠାରୁ ବିଲ ପାସ୍ କରାଇଦେବା ପାଇଁ ନେଉଥିଲେ ୩୦ ହଜାର ଟଙ୍କା ଲାଞ୍ଚ ।
ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ବଡମ୍ବା ବ୍ଲକ୍ ଅନ୍ତର୍ଗତ ତୁଣପୁର ଗ୍ରାମର ଜଣେ ବ୍ୟକ୍ତିଙ୍କଠାରୁ କାର୍ଯ୍ୟର ବିଲ୍ କରାଇ ଦେବା ପାଇଁ ୩୦ହଜାର ଟଙ୍କା ଦାବି କରିଥିଲେ । ଏ ବିଷୟରେ ଭିଜିଲାନ୍ସ ବିଭାଗରେ ଅଭିଯୋଗ ହୋଇଥିଲା । ଯୋଜନା ମୁତାବକ ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ପୂର୍ବରୁ ଯୋଜନାବଦ୍ଧ ଭାବେ ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି । ବଡମ୍ବା ବ୍ଲକ୍ ଏବଂ କଟକ ବାଲିକୁଦା ବାସଭବନରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି ।