Below header

ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ କେ. ଏସ ଜାଭେରୀ

ଭୁବନେଶ୍ବର(କେନ୍ଯୁଜ୍) : ହାଇକୋର୍ଟ ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ କେ. ଏସ ଜାଭେରୀ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହାପୂର୍ବରୁ ରାଜସ୍ଥାନ ହାଇକୋର୍ଟ ବିଚାରପତି ଥିଲେ ଜଷ୍ଟିସ ଜାଭେରୀ । ୨୦୦୪ରେ ସେ ଗୁଜୁରାଟ ହାଇକୋର୍ଟରେ ଜଜ୍‌ ଭାବେ କାର୍ୟ୍ୟ ଆରମ୍ଭ କରିଥିଲେ । ୨୦୦୫ରେ ତାଙ୍କୁ ମିଳିଥିଲା ନିୟମିତ ଜଜ୍‌ ଭାବରେ ପଦୋନ୍ନତି । ୨୦୧୬ ଅଗଷ୍ଟରେ ଜଷ୍ଟିସ ଜାଭେରୀ ରାଜସ୍ଥାନ ହାଇକୋର୍ଟକୁ ବଦଳି ହୋଇଥିଲେ ।

ଆଜି ସେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଇଛନ୍ତି । ଏହାପୂର୍ବରୁ ନବନିଯୁକ୍ତ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ ଜାଭେରୀ ଗତକାଲି ଶ୍ରୀମନ୍ଦିର ଦର୍ଶନ କରିଛନ୍ତି । ତାଙ୍କୁ ସିଂହଦ୍ୱାର ଆଗରେ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଓ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ସ୍ୱାଗତ କରିଥିଲେ । ଶ୍ରୀମନ୍ଦିରରେ ମୁଖ୍ୟ ବିଚାରପତି ମହାପ୍ରଭୁଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ । ସେ ପ୍ରାୟ ଅଧଘଣ୍ଟାଏ ଧରି ଶ୍ରୀମନ୍ଦିରରେ ବିତାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.