Below header

୭ ଦଶନ୍ଧି ଧରି ମାଲକାନଗିରି ଜିଲ୍ଲାବାସୀଙ୍କ ପ୍ରତୀକ୍ଷାର ଅନ୍ତ, ସିଲେରୁ ନଦୀ ଉପରେ ଉଦଘାଟିତ ହେଲା କାଲେରୁ ପୋଲ

କାଲିମେଳା: ୭ ଦଶନ୍ଧି ଧରି ମାଲକାନଗିରି ଜିଲ୍ଲାବାସୀଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି । ମାଲକାନଗିରି ଜିଲ୍ଲା ସୀମାନ୍ତରେ ଥିବା ମୋଟୁ ସ୍ଥିତ ସିଲେରୁ ନଦୀ ଉପରେ କାଲେରୁ ପୋଲ ଉଦଘାଟିତ ହୋଇଛି । ଏହାକୁ ମିଳିତ ଭାବେ ଆନ୍ଧ୍ର, ଓଡ଼ିଶା ସରକାର ଉଦଘାଟନ କରିଥିଲେ । ବର୍ଷ ବର୍ଷର ଜଳଯାତ୍ରାରେ ବିରାମ ଦେଇଥିବା ଏହି ପୋଲ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା ଓ ଓଡ଼ିଶାକୁ ସଂଯୋଗ କରିବାରେ ସହାୟକ ହେବାସହ ଅଞ୍ଚଳର ଉନ୍ନତିରେ ମଧ୍ୟ ସହାୟକ ହେବ । ୩୦ କୋଟି ଟଙ୍କା ବ୍ୟୟରେ ନିର୍ମୀତ ଏହି ପୋଲର ନିର୍ମାଣ କାମ ଅଢ଼େଇ ବର୍ଷ ତଳେ ସରିଥିଲେ ବି ଉଦ୍‌ଘାଟନରେ ବିଳମ୍ବକୁ ନେଇ ମଧ୍ୟ ଅଞ୍ଚଳବାସୀ ଧର୍ମଘଟରେ ବସିଥିଲେ। ମାଲକାନଗିରି ଜିଲ୍ଲାର ଅଧିକାଂଶ ଜନତା ସ୍ୱାସ୍ଥ୍ୟସେବା ଓ ବ୍ୟବସାୟ ପାଇଁ ବିପଦପୂର୍ଣ୍ଣ ଭାବେ ଏହି ନଦୀ ପାର୍‌ ହୋଇ ଯାଇଥାନ୍ତି। ଓଡ଼ିଶା ସରକାର ସେତୁ ନିର୍ମାଣରେ ବିଫଳ ହେବାପରେ ଆନ୍ଧ୍ରକୁ ଦାୟିତ୍ୱ ଦେଇଥିଲା କେନ୍ଦ୍ର। ଯାହାର ଉଦଘାଟନ ପରେ ଅଞ୍ଚଳବାସୀଙ୍କ ଭାଗ୍ୟ ବଦଳି ଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.