ସ୍କୁଲ ବନ୍ଦ କରିଦେଲା ଜିଲ୍ଲା ଶିକ୍ଷା ବିଭାଗ ତ ଅସ୍ଥାୟୀ ଶିକ୍ଷକ ରଖି ପାଠପଢ଼ା ଜାରି ରଖିଲେ ଗ୍ରାମବାସୀ

ଭଦ୍ରକ: ଆବଶ୍ୟକ ଛାତ୍ରଛାତ୍ରୀ ନଥିବା ଦର୍ଶାଇ ଜିଲ୍ଲା ଶିକ୍ଷା ବିଭାଗ ବନ୍ଦ କରିଦେଲା ସ୍କୁଲ । ହେଲେ ଗ୍ରାମବାସୀମାନେ ପିଲାଙ୍କ ପରୀକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ବାରଣ୍ଡାରେ ଅସ୍ଥାୟୀ ଶିକ୍ଷକ ରଖି ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ନରସିଂହପୁର ପ୍ରାଥମିକ ବିଦ୍ୟାଳୟରେ। ଆଦିବାସୀ ଓ ହରିଜନ ପିଲା ପଢୁଥିବା ୬୦ ବର୍ଷର ଏହି ବିଦ୍ୟାଳୟରେ ୧୦ରୁ କମ୍‌ ପିଲା ହେଉଥିବା ଦର୍ଶାଇ ବିଇଓ ଏହାକୁ ବନ୍ଦ କରିଦେଇଛନ୍ତି। ଏପରିସ୍ଥଳେ ସରକାର ତାଙ୍କ ନିଷ୍ପତ୍ତିର ପୁନଃରବିଚାର କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.