କାହାଣୀ ସେମାନଙ୍କର, ଯେଉଁମାନଙ୍କର ଶାରୀରିକ ସମ୍ପର୍କ ପ୍ରତି ନାହିଁ ଟିକେ ବି ଆଗ୍ରହ

ମାନବ ସମାଜରେ କୌଣସି ଜିନିଷକୁ ନେଇ ଯଦି ସମସ୍ତଙ୍କ ମନରେ ଏକ ଇଚ୍ଛା ଥାଏ ବୋଲି କୁହାଯାଏ ତେବେ ତାହା ହେଉଛି ଶାରୀରିକ ସମ୍ପର୍କ ବା ସେକ୍ସ। ଶାରୀରିକ ସମ୍ପର୍କ ପାଇଁ ପ୍ରାୟ ସମସ୍ତଙ୍କ ଇଚ୍ଛା ଥାଏ। ବିପରୀତ ଲିଙ୍ଗ ପ୍ରତି ଶାରୀରିକ ଭାବେ ଆକର୍ଷିତ ହେବା ତଥା କାମନାକୁ ଚରିତାର୍ଥ କରିବା ପାଇଁ ମହିଳା ଓ ପୁରୁଷ ଯୌନ ସମ୍ପର୍କ ସ୍ଥାପନ କରିଥାନ୍ତି। ଏହା ଏକ ପ୍ରାକୃତିକ ପ୍ରକ୍ରିୟା।

sex2

କିନ୍ତୁ ସମାଜରେ ଏବେ ବି ଏମିତି ଅନେକ ବ୍ୟକ୍ତି ରହିଛନ୍ତି ଯେଉଁମାନେ ଶାରୀରିକ ସମ୍ପର୍କ ରଖିବାକୁ ଆଦୌ ଇଚ୍ଛା କରନ୍ତି ନାହିଁ। ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ସତ। ସମାଜରେ ଏଭଳି ବହୁତ ଲୋକ ଅଛନ୍ତି ଯେଉଁମାନଙ୍କ ଠାରେ କାମୋଚ୍ଛା ବା ଯୌନଇଚ୍ଛା ରଖିବା ଭାବନା ଆସିନଥାଏ। ଏମାନେ ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ମଧ୍ୟ ହୋଇନଥାନ୍ତି। ବିନା ଶାରୀରିକ ସମ୍ପର୍କରେ ମଧ୍ୟ ସେମାନେ ଜୀବନ କାଟିପାରନ୍ତି। ଏମାନଙ୍କୁ ଏସେକ୍ସୁଆଲ(Essexual) ବୋଲି କୁହାଯାଏ।

alone

କାହିଁ କେଉଁ ଆଦିମ କାଳରୁ ନାରୀ ଓ ପୁରୁଷଙ୍କ ମଧ୍ୟରେ ପରସ୍ପର ପ୍ରତି ଏକ ସ୍ୱତନ୍ତ୍ର ଭାବନା ରହିଆସିଛି, ଯାହାକୁ ଶାରୀରିକ ସମ୍ପର୍କର ପ୍ରାରମ୍ଭ କୁହାଯାଏ। ପରସ୍ପର ପ୍ରତି ଆକର୍ଷିତ ହେବା ଏକ ସାଧାରଣ କଥା ଏଥିରେ କୌଣସି ସମସ୍ୟା ନାହିଁ। ଏହା ଜୀବନର ଏକ ଅଙ୍ଗ। କିନ୍ତୁ ଯଦି ଜଣେ ଏହି ସମ୍ପର୍କ ପାଇଁ ଆଦୌ ଇଚ୍ଛା ପ୍ରକାଶ କରୁନାହିଁ ତେବେ ତାହାକୁ ସାଧାରଣଠାରୁ ଭିନ୍ନ ବୋଲି କୁହାଯାଇପାରିବ। ଶାରୀରିକ ସମ୍ପର୍କ ରଖୁନଥିବା ବ୍ୟକ୍ତିଙ୍କ ଜୀବନ ଅଧୁରା ବୋଲି ଗ୍ରୀକ୍‌ ପୁରୁଣାରେ ବର୍ଣ୍ଣନା କରାଯାଇଛି।

romantic

କିଛି ଲୋକ ଚିନ୍ତା କରନ୍ତି ଯେ ଶାରୀରିକ ସମ୍ପର୍କ ପ୍ରତି ଆଗ୍ରହ ଦେଖାଉନଥିବା ବ୍ୟକ୍ତି ସମଲିଙ୍ଗୀ ହୋଇଥାଇପାରେ। କିନ୍ତୁ ସେଭଳି ଆଦୌ ନୁହେଁ। ଏଭଳି ସ୍ୱଭାବର ବ୍ୟକ୍ତି କୌଣସି ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୋଇନଥାନ୍ତି। ଏକ ରିସର୍ଚ୍ଚରୁ ଜଣାଯାଇଛି ଯେ ଏଭଳି ଲୋକଙ୍କ ସଂଖ୍ୟା ପୃଥିବୀରେ ମାତ୍ର ୧ ପ୍ରତିଶତ। ଏମାନେ ବିନା ସେକ୍ସରେ ମଧ୍ୟ ଜୀବନ କାଟିପାରନ୍ତି, ଯାହାକୁ ସାଧାରଣ ବୋଲି ମଧ୍ୟ ଆମେ କହିପାରିବା। ତେବେ ସେ ଯାହା ବି ହୋଇଥାଉ ନା କାହିଁକି ବ୍ୟକ୍ତିଙ୍କ ଭାବନାକୁ ସମ୍ମାନ ଦେବା ଉଚିତ। କୌଣସି ବ୍ୟକ୍ତିଙ୍କୁ ସେମାନଙ୍କ ଶାରୀରିକ ସମ୍ପର୍କକୁ ନେଇ ମାପିବା ଉଚିତ ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.