ଉତ୍କଳ ଦିବସରେ ନବୀନଙ୍କ ଭେଟି : ଆଜି ପ୍ରତ୍ୟେକ ଚାଷୀଙ୍କ ଖାତାକୁ ଯିବ କାଳିଆ ଟଙ୍କା

ଉତ୍କଳ ଦିବସରେ ଚାଷୀଙ୍କୁ ରାଜ୍ୟସରକାରଙ୍କ ଭେଟି । ଆଜି ମିଳିବ କାଳିଆ ଟଙ୍କା ।୪୩ ଲକ୍ଷରୁ ଅଧିକ ଚାଷୀ ପରିବାରକୁ ମିଳିବ ଏହି ସହାୟତା ।

ଭୁବନେଶ୍ୱର (କେନ୍ୟୁଜ): ଉତ୍କଳ ଦିବସରେ ଚାଷୀଙ୍କୁ ରାଜ୍ୟସରକାରଙ୍କ ଭେଟି । ଆଜି ମିଳିବ କାଳିଆ ଟଙ୍କା । କ୍ଷୁଦ୍ର ଓ ନାମମାତ୍ର ଏବଂ ଭୂମିହୀନ ପରିବାରକୁ କାଳିଆ ସହାୟତା ଦିଆଯିବ । ୪୩ ଲକ୍ଷରୁ ଅଧିକ ଚାଷୀ ପରିବାରକୁ ମିଳିବ ଏହି ସହାୟତା । ଏଥିପାଇଁ ୮୭୭ କୋଟି ଟଙ୍କାର କାଳିଆ ସହାୟତା ପ୍ରଦାନ କରିବେ ରାଜ୍ୟସରକାର । ଉପନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବାରୁ ଝାରସୁଗୁଡା ଜିଲ୍ଲାରେ ଏବେ କାଳିଆ ସହାୟତା ମିଳିବ ନାହିଁ ।

୨୦୧୮ ଡିସେମ୍ବର ମାସରେ ରାଜ୍ୟର ଚାଷୀମାନଙ୍କ କଲ୍ୟାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ‘କାଳିଆ’ ଯୋଜନା ପ୍ରଚଳନ କରିଥିଲେ। ଏହି ଯୋଜନାରେ ପ୍ରତିବର୍ଷ ହିତାଧିକାରୀମାନଙ୍କୁ ଦୁଇଟି ପର୍ଯ୍ୟାୟରେ ୪ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ରାଜ୍ୟ ବଜେଟ୍‌‌ରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟୟବରାଦ କରାଯାଇଛି। ରାଜ୍ୟର ୧୪ ଲକ୍ଷ ଭୂମିହୀନ କୃଷି ଶ୍ରମିକ ଓ ୫୩ ଲକ୍ଷ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଯୋଜନା ହୋଇଛି। ଏହି ଅର୍ଥରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.