Below header

ଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି କଳିଙ୍ଗ ଫେଲୋସିପ୍‌, ମହିଳାଙ୍କ ପ୍ରତି ହେଉଥିବା ନିର୍ଯାତନା ବିରୋଧରେ ସଚେତନତା ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ

ନୂଆଦିଲ୍ଲୀ (କେନ୍ୟୁଜ୍‌) : ଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି କଳିଙ୍ଗ ଫେଲୋସିପ୍‌। ଗତ ୯ ତାରିଖରୁ ଏହା ଆରମ୍ଭ ହୋଇଥିଲା। କିଟ୍‌-କିସ୍‌ ଓ ସିଙ୍ଗାପୁରର ବ୍ରିଜ୍‌ ଅନୁଷ୍ଠାନ ମିଶି ୪ ବର୍ଷ ତଳୁ ଏହି ଫେଲୋସିପ୍‌ ଆରମ୍ଭ କରିଥିଲେ । ଚଳିତ ବର୍ଷ ଏଥିରେ ସାମିଲ ହୋଇଛି ସେବା ଇଣ୍ଟରନ୍ୟାସନାଲ। କଳିଙ୍ଗ ଫେଲୋସିପ୍‌ ପ୍ରଥମେ ଓଡ଼ିଶାରେ ଅନୁଷ୍ଠିତ ହୋଇଥିଲା। ଏହାପରେ ହାଇଦ୍ରାବାଦ୍‌ରେ ଓ ଏଥର ଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ଫେଲୋସିପ୍‌ର ମୁଖ୍ୟ ଉଦ୍ଦେଶ୍ୟ, ମହିଳା ସୁରକ୍ଷା। ମହିଳାଙ୍କ ପ୍ରତି ହେଉଥିବା ନିର୍ଯାତନା ବିରୋଧରେ  ସଚେତନତା ସୃଷ୍ଟି କରିବା। ଏହି ଫେଲୋସିପ୍‌ କାର୍ଯ୍ୟକ୍ରମରେ ୪୦ଟି ଦେଶରୁ ପ୍ରତିନିଧି ଯୋଗ ଦେଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.