Below header

ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଇଂରାଜୀ ପତ୍ରିକା ଫୋବ୍‌ସରେ ସ୍ଥାନ ପାଇଲେ ଶିକ୍ଷାବିତ ତଥା କିଟ ଓ କିସ ପ୍ରତିଷ୍ଠାତା ଓ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ

କେନ୍ୟୁଜ୍ (ବ୍ୟୁରୋ): ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଇଂରାଜୀ ପତ୍ରିକା ଫୋବ୍‌ସରେ ବିଶିଷ୍ଟ ସମାଜସେବୀ ଓ ଶିକ୍ଷାବିତ ତଥା କିଟ ଓ କିସ ପ୍ରତିଷ୍ଠାତା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ସ୍ଥାନ ପାଇଛନ୍ତି। ଫୋବ୍‌ସ ଭଳି ଏକ ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ ପତ୍ରିକାରେ ଜଣେ ଓଡ଼ିଆ ସ୍ଥାନ ପାଇବା ଗର୍ବ ଓ ଗୌରବର ବିଷୟ। ପତ୍ରିକାର ସଦ୍ୟତମ ସଂସ୍କରଣର ଷଷ୍ଠ ପୃଷ୍ଠାରେ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟାବଳୀ ଉପରେ ବିସ୍ତୃତ ଲେଖା ସ୍ଥାନ ପାଇଛି।

ଶିକ୍ଷା, ସ୍ୱାସ୍ଥ୍ୟ ଓ ସମାଜସେବା କ୍ଷେତ୍ରରେ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଉଲ୍ଲେଖନୀୟ କାର୍ଯ୍ୟ ସହ ସେ କିପରି କିସ ମାଧ୍ୟମରେ ଗରିବ ଓ ଅବହେଳିତ ଜନଜାତି ସଂପ୍ରଦାୟର ଛାତ୍ରଛାତ୍ରୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଦୀର୍ଘ ୩୦ ବର୍ଷ ହେଲା ପ୍ରୟାସ ଜାରି ରଖି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ସେ ସଂପର୍କରେ ବିଶେଷ ବିବରଣୀ ପ୍ରକାଶ ପାଇଛି।

ସମଗ୍ର ବିଶ୍ୱରେ ବହୁଳ ପ୍ରକାଶିତ ଫୋବ୍‌ସ ପତ୍ରିକାରେ ବିଶ୍ୱର ବିଶିଷ୍ଟ ବ୍ୟକ୍ତିମାନଙ୍କ କାର୍ଯ୍ୟକଳାପ ସ୍ଥାନ ପାଇଥାଏ। ଡକ୍ଟର ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟାବଳୀ ବିଶ୍ୱବିଦିତ ହୋଇପାରିଥିବାରୁ ଆଜି ଫୋବ୍‌ସ ଭଳି ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ ପତ୍ରିକାରେ ସ୍ଥାନ ଦିଆଯାଇଛି। ସେଥିପାଇଁ ଡକ୍ଟର ଅଚ୍ୟୁତ ସାମନ୍ତ ଫୋବ୍‌ସ ପତ୍ରିକାର ସ୍ତମ୍ଭକାର ଆବ୍ରାମିଆନଙ୍କୁ ନିଜର କୃତଜ୍ଞତା ଜଣାଇବା ସହ ଫୋବର୍ସ ପତ୍ରିକା କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.