ପୁଣି ରାଜଧାନୀ ଉପକଣ୍ଠରୁ ଜବତ ହେଲା ସାଢେ ଚାରି କିଲୋର ଧଳାଜହର, ଆନୁମାନିକ ମୂଲ୍ୟ ସାଢେ ୪ କୋଟି ଟଙ୍କା

କେନ୍ୟୁଜ୍ (ବ୍ୟୁରୋ): ଓଡିଶା  ପୋଲିସକୁ  ବଡ ସଫଳତା। ଭୁବନେଶ୍ୱର ରସୁଲଗଡ଼ ଅଞ୍ଚଳରୁ ଜବତ ହେଲା ୪ କେଜି ୪୮୬ ଗ୍ରାମର ବ୍ରାଉନସୁଗାର । ଜବତ ବ୍ରାଉନସୁଗାରର ମୂଲ୍ୟ ସାଢ଼େ ୪ କୋଟି ଟଙ୍କା ହେବ ।  ରାଜ୍ୟରେ ଏହା  ସବୁଠାରୁ ବଡ ଧରଣର ବ୍ରାଉନସୁଗାର ଜବତ ବୋଲି କୁହାଯାଉଛି।  ଘଟଣାରେ ବାଣୀବିହାର ଓ ରସୁଲଗଡ଼ରୁ ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଫ୍‌ । ବାଲେଶ୍ବରରୁ ବୋଲେରୋ ଯୋଗେ ଏହି ବ୍ରାଉନସୁଗାର ଚାଳାଣ ବେଳେ ଭୁବନେଶ୍ବରରେ ଜବତ କରାଯାଇଛି।ତେବେ ଅଭିଯୁକ୍ତଙ୍କ ନର୍ଥ ଇଣ୍ଡିଆ ଲିଙ୍କ ରହିଥିବା ଜଣାପଡ଼ିଛି । ସବୁ ଲିଙ୍କ୍‌ର ଚେର ଖୋଜିବା ପାଇଁ ଦରକାର ପଡ଼ିଲେ ରାଜ୍ୟ ବାହାରରକୁ ଯିବ ଏସ୍‌ଟିଏଫ୍‌ । ଏନେଇ ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି ।

brownsugar 1

ସେହିଭଳି ଆଜି ରାଜଧାନୀ ଉପକଣ୍ଠ ଜଟଣୀରୁ ଜବତ ହୋଇଛି ବ୍ରାଉନସୁଗାର।  ପାଖାପାଖି ୭୦୬ ଗ୍ରାମର ବ୍ରାଉନସୁଗାରକୁ ଜବତ କରିଛି କମିଶନରେଟ  ପୋଲିସ। ଏହି ବ୍ରାଉନସୁଗାରର ଅନୁମାନିକ ମୂଲ୍ୟ ୭୦.୬ ଲକ୍ଷ ଟଙ୍କା ବୋଲି ଜଣାଇଛି କମିଶନରେଟ ପୋଲିସ। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ୩ଟି ମୋବାଇଲ, ଗୋଟିଏ କାର, ଗୋଟିଏ ସ୍କୁଟି ଓ ନଗଦ ୧୮୨୦ ଟଙ୍କାକୁ ଜବତ କରାଯାଇଛି। ଆଡିସନାଲ ସିପି ସଞ୍ଜୟ କୁମାର ସିଂଙ୍କ ନେତୃତ୍ୱରେ  ଏହି ବ୍ରାଉନସୁଗାରକୁ ଜଟଣୀ ପୋଲିସ ଦ୍ବାରା ଧରାଯାଇଛି। ବ୍ରାଉନସୁଗାରକୁ ସଫଳତାର ସହ  ଜବତ ପରେ କମିଶନରେଟ ପୋଲିସ ଆଡିସନାଲ ସିପି ସଂଞ୍ଜୟ ସିଂଙ୍କୁ  ଟ୍ବିଟ ଯୋଗେ ଧନ୍ୟବାଦ ଜଣାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.