Below header

ଓଡ଼ିଶାର ୮ ଉତ୍ପାଦକୁ GI ଟ୍ୟାଗ୍ ମାନ୍ୟତା, ସୂଚନା ଦେଲା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ

ଓଡ଼ିଶାର ୮ ଉତ୍ପାଦକୁ GI ଟ୍ୟାଗ୍ ମାନ୍ୟତା । ଖଜୁରୀ ଗୁଡ଼, ଢେଙ୍କାନାଳ ମଗଜି, ମୟୂରଭଂଜ କାଇ ଚଟଣୀକୁ GI ଟ୍ୟାଗ୍ ମାନ୍ୟତା ମିଳିଛି । ନୟାଗଡ଼ର ସ୍ବତନ୍ତ୍ର କିସମର କଣ୍ଟାଯୁକ୍ତ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜାତୀୟ ମାନ୍ୟତା ।

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାର ୮ ଉତ୍ପାଦକୁ GI ଟ୍ୟାଗ୍ ମାନ୍ୟତା । ଖଜୁରୀ ଗୁଡ଼, ଢେଙ୍କାନାଳ ମଗଜି, ମୟୂରଭଂଜ କାଇ ଚଟଣୀକୁ GI ଟ୍ୟାଗ୍ ମାନ୍ୟତା ମିଳିଛି । ନୟାଗଡ଼ର ସ୍ବତନ୍ତ୍ର କିସମର କଣ୍ଟାଯୁକ୍ତ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜାତୀୟ ମାନ୍ୟତା । କଣ୍ଟିଲୋ ଅଞ୍ଚଳରେ ଏହି ସ୍ୱତନ୍ତ୍ର କଣ୍ଟେଇମୁଣ୍ଡି ବାଇଗଣ ହୋଇଥାଏ। ସେହିପରି ଡଙ୍ଗରିଆ କନ୍ଧ ଏମ୍ବ୍ରୋଡରୀ ସାଲ୍ କୁ ମଧ୍ୟ GI ଟ୍ୟାଗ୍ ମାନ୍ୟତା ମିଳିଛି । କେନ୍ଦ୍ରାପଡ଼ା ରସାବଳି, କୋରାପୁଟ କଳାଜିରା ଧାନ ଏବଂ ରାୟଗଡା ଜିଲ୍ଲାର ଦୁଇ ଦୁଇ ଗୋଟି ଆଦୀମ ଜନଜାତିଙ୍କ ପୁରାତନ ଚିତ୍ରକଳା ଓ ହସ୍ତତନ୍ତକୁ ଜି.ଆଇ ଟ୍ୟାଗ ମାନ୍ୟତା ମିଳିଛି ।

ଏହାକୁ ନେଇ ରାଜ୍ୟ ଜନଜାତି , ଅନୂସୂଚୀତ ଜାତି , ଆଇନ ଓ ପଛୁଆ ବର୍ଗ ମନ୍ତ୍ରୀ ରାଜ୍ୟ ମୂଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏନେଇ ସୋସିଆଲ ମିଡିଆ Xରେ ସୂଚନା ଦେଇଛନ୍ତି ରାଜ୍ୟ ଯୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.