Below header

କୋରାପୁଟ କିତବା ଜଙ୍ଗଲରେ ଏନକାଉଣ୍ଟର ଘଟଣା, ମୃତ ୫ ମାଓବାଦୀଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର

କୋରାପୁଟ(କେ ନ୍ୟୁଜ୍‌) : କୋରାପୁଟ କିତବା ଜଙ୍ଗଲରେ ପୋଲିସ ଏନକାଉଣ୍ଟରରେ ମୃତ ୫ ଜଣ ମାଓବାଦୀଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ଆନ୍ଧ୍ରପ୍ରଦେଶର ୨ ଜଣ ଓ ନାରାୟଣ ପାଟଣାର ଜଣଙ୍କ ମୃତଦେହକୁ ସେମାନଙ୍କ ପରିବାର ଲୋକ ନେଇଛନ୍ତି । ଅନ୍ୟ ୨ ଜଣଙ୍କ ମୃତଦେହ ଶବାଗାରରେ ରଖାଯାଇଛି । ଗତ ୮ ତାରିଖରେ କୋରାପୁଟ ପୋଲିସ ଏନକାଉଣ୍ଟରରେ ୩ ଜଣ ମହିଳା ଓ ୨ ଜଣ ପୁରୁଷ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ଅପରପକ୍ଷେ କୋରାପୁଟ ଗସ୍ତରେ ଆସିଥିବା ପୋଲିସ ଡିଜି ଏହି ଏନକାଉଣ୍ଟରକୁ ବଡ଼ ସଫଳତା ବୋଲି କହିିଛନ୍ତି । ମୃତ ମାଓବାଦୀମାନେ ବହୁ ହିଂସାକାଣ୍ଡରେ ସମ୍ପୃକ୍ତ ଥିଲେ । ଗତ ୨୦୧୮ ମସିହାରେ ଆନ୍ଧ୍ରର ଲିଭିପୁଟରେ ଆରକୁ ବିଧାୟକ କିଦାରି ସର୍ବେଶ୍ୱର ଓ ପୂର୍ବତନ ବିଧାୟକ ସିବେରି ସୋମା ହତ୍ୟାରେ ସେମାନେ ସଂପୃକ୍ତ ଥିଲେ ବୋଲି କହିଛନ୍ତି ପୋଲିସ ଡିଜି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.