୭ ରାଜ୍ୟର ୫୯ ଆସନ ପାଇଁ ଆସନ୍ତାକାଲି ହେବ ଭୋଟିଂ, ଦିଲ୍ଲୀରେ ୭ ଆସନ ପାଇଁ ତ୍ରିମୁଖୀ ଲଢେଇ

କେ ନ୍ୟୁଜ୍‌ : ୭ ରାଜ୍ୟର ୫୯ ଆସନ ପାଇଁ କାଲି ହେବ ଭୋଟିଂ । ବିହାରର ୮, ହରିୟାଣାର ୧୦, ଝାଡ଼ଖଣ୍ଡର ୪, କେରଳର ୮, ଉତ୍ତରପ୍ରଦେଶର ୧୪, ପଶ୍ଚିମବଙ୍ଗର ୮ ଓ ଦିଲ୍ଲୀର ସମସ୍ତ ୭ଟି ଆସନ ପାଇଁ ଭୋଟିଂ ହେବ । ଦିଲ୍ଲୀରେ ୭ ଆସନ ପାଇଁ ତ୍ରିମୁଖୀ ଲଢେଇ । ଏଠାରେ ବିଜେପି-ଆପ୍‌-କଂଗ୍ରେସ ପ୍ରାର୍ଥୀ ପରସ୍ପର ବିରୋଧରେ ମୁକାବିଲା କରୁଛନ୍ତି । ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ଦିଲ୍ଲୀର ତିନି ଥରର ମୁଖ୍ୟମନ୍ତ୍ରୀ ଥିବା ଶିଲା ଦୀକ୍ଷିତ । ସେ ନର୍ଥ ଇଷ୍ଟରୁ କଂଗ୍ରେସ ପ୍ରାର୍ଥୀ ଅଛନ୍ତି । ସେଠାରୁ ବିଜେପି ପ୍ରାର୍ଥୀ ଅଛନ୍ତି ମନୋଜ ତିୱାରୀ ଓ ଆପ୍‌ର ଦିଲ୍ଲୀପ ପାଣ୍ଡେ । ନୂଆ ଦିଲ୍ଲୀ ସିଟ୍‌ରୁ ବିଜେପି ପ୍ରାର୍ଥୀ ଅଛନ୍ତି ମୀନାକ୍ଷୀ ଲେଖି, କଂଗ୍ରେସର ଅଜୟ ମାକନ ଓ ଆପ୍‌ର ବ୍ରିଜେଶ ଗୋୟଲ । ଅନ୍ୟ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଚାନ୍ଦିନୀଚୌକରୁ ବିଜେପି ପ୍ରାର୍ଥୀ ଅଛନ୍ତି ହର୍ଷ ବର୍ଦ୍ଧନ । ଇଷ୍ଟ ଦିଲ୍ଲୀରୁ ବିଜେପି ପ୍ରାର୍ଥୀ ଅଛନ୍ତି କ୍ରିକେଟର ଗୌତମ ଗମ୍ଭୀର ଓ ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ଆପ୍‌ର ଅତିଶୀ ମାର୍ଲେନା । ସେହିପରି ହରିୟାଣାରେ ରୋହତକ-ସୋନିପତରେ ପିତାପୁତ୍ର ପ୍ରାର୍ଥୀ ଅଛନ୍ତି । ରୋହତକରୁ କଂଗ୍ରେସ ପ୍ରାର୍ଥୀ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ହୁଡା ଓ ସୋନିପତରେ କଂଗ୍ରେସ ପ୍ରାର୍ଥୀ ତାଙ୍କ ପୁଅ ଦୀପେନ୍ଦ୍ର ସିଂହ ହୁଡା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.