Below header

ଭଦ୍ରକ ବିନାୟକପୁର ଗ୍ରାମରେ ବିଷାକ୍ତ ଫଳର ପାଣି ପିଇ ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ, ୨ଗୁରୁତର

ଭଦ୍ରକ(କେ ନ୍ୟୁଜ୍‌) : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିନାୟକପୁର ଗ୍ରାମରେ ବିଷାକ୍ତ ଫଳର ପାଣି ପିଇ ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଅବସ୍ଥାରେ ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେହି ପଂଚାୟତ ବଡମଳିକ ସାହି ଗ୍ରାମରେ ଉଗ୍ରେସନ ମଳିକଙ୍କ ସ୍ତ୍ରୀଙ୍କ ଦେହରେ ହୋଇଥିବା ବେମାରକୁ ଭଲ କରିବା ପାଇଁ ଗାଁ ବଇଦଙ୍କ ପରାମର୍ଶ କ୍ରମେ କୁଚିଆଖାଇ ଫଳକୁ ପାଣିରେ ଫୁଟାଇ ରଖିଥିଲେ । ହେଲେ ତାଙ୍କ ଦୁଇ ପୁଅ ଓ ନାତି ସେହି ପାଣିକୁ ଚା ଭାବି ପିଇ ଦେଇଥିଲେ । ଫଳରେ ସେମାନଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ବାସୁଦେବପୁର ଡାକ୍ତର ଖାନାକୁ ନିଆ ଯାଇଥିଲା । ହେଲେ ସେଠାରେ ଯତିନ ମଳିକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅଗସ୍ତି ମଳିକଙ୍କ ଅବସ୍ଥା ଗୁରୁତର ହେବାରୁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି । ବରଜୁ ମଳିକଙ୍କ ତିନି ବର୍ଷର ଶିଶୁ ପୁତ୍ର ମହରଶ୍ୱର ସେଇ ବିଷାକ୍ତ ପାଣି ପିଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.