ଆଇପିଏଲ ଫାଇନାଲ ଲାଇନ୍‌ ଅପ ଚୂଡ଼ାନ୍ତ, ପୁଣି ଥରେ ମୁହାଁମୁହିଁ ହେବେ ମୁମ୍ବାଇ-ଚେନ୍ନାଇ

କେ ନ୍ୟୁଜ୍‌: ଆଇପିଏଲ୍‌ ଫାଇନାଲ୍‌ ଲାଇନ୍‌ ଅପ୍‌। ପୁଣି ଥରେ ଟାଇଟଲ୍‌ ପାଇଁ ଲଢ଼ିବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍‌। ଆସନ୍ତାକାଲି ଫାଇନାଲ୍‌ ମୁକାବିଲା। ଚତୁର୍ଥ ଥର ଆଇପିଏଲ୍‌ ଚାମ୍ପିଅନ୍‌ ହେବାକୁ ଉଭୟ ଦଳ ଲଢ଼େଇ କରିବେ। ପୂର୍ବରୁ ମୁମ୍ବାଇ ଓ ଚେନ୍ନାଇ ୩ ଥର ଲେଖାଏଁ ଚାମ୍ପିଅନ୍‌ ହୋଇଛନ୍ତି। ଗତକାଲି ଦ୍ୱିତୀୟ କ୍ୱାଲିଫାୟାରରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଫାଇନାଲ ଟିକେଟ ହାତେଇଥିଲା ଚେନ୍ନାଇ।

IPL Matchପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ଵିକେଟରେ ୧୪୭ ରନ୍‌ କରିଥିଲା। ରୁଷଭ ପନ୍ଥ ସର୍ବାଧିକ ୩୮ ରନ୍‌, କାଲିନ୍‌ ମୁନରୋ ୨୭ ରନ୍‌ ଓ ଶିଖର ଧଓ୍ଵନ କରିଥିଲେ ୧୮ ରନ୍‌। ୧୪୮ ରନ୍‌ ବିଜୟ ଲକ୍ଷ୍ୟକୁ ଚେନ୍ନାଇ ମାତ୍ର ୪ ଓ୍ଵିକେଟ ବିନିମୟରେ ହାସଲ କରି ନେଇଥିଲା। ଚେନ୍ନାଇର ଦୁଇ ଓପନର ଡୁ ପ୍ଲେସିସ୍‌ ଓ ସେନ୍‌ ଓ୍ଵାଟସନ୍‌ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଏହାସହ ଅମ୍ବାତି ରାଇଡୁ ଅପରାଜିତ ୨୦ ରନ୍‌ ବଳରେ ହାତରେ ଗୋଟିଏ ଓଭର ବାକି ଥାଇ ମ୍ୟାଚ୍‌ ବିଜୟ ସହ ଅଷ୍ଟମ ଥର ଆଇପିଏଲ୍‌ ଫାଇନାଲ୍‌ରେ ପ୍ରବେଶ କରିଛି ଚେନ୍ନାଇ ସୁପରକିଙ୍ଗସ୍‌। ସେହିପରି ଆଇପିଏଲ୍‌ରେ ଶହେ ତମ ବିଜୟ ହାସଲ କରିଛି ଚେନ୍ନାଇ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.