ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛି ଓଡ଼ିଶା ପୋଲିସ ସଂଘ

କେ ନ୍ୟୁଜ୍‌: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ଦେଇଛି ଓଡ଼ିଶା ପୋଲିସ ସଂଘ। ପୋଲିସ ଡିଜି ଏହି ଚେକ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି। ସେହିପରି ବାତ୍ୟା ପ୍ରଭାବିତଙ୍କୁ ବି ଅନେକ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇଛି ରାଜ୍ୟ ପୋଲିସ। କେବଳ ଲୋକଙ୍କୁ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନୁହେଁ, ବିପନ୍ନଙ୍କ ପାଖରେ ପହଞ୍ଚି ସେମାନଙ୍କ ସୁଖଦୁଃଖ ପଚାରି ବୁଝିଛନ୍ତି ପୋଲିସ ଅଧିକାରୀ ଓ କର୍ମଚାରୀ। ବିପନ୍ନଙ୍କୁ ରିଲିଫ ଦେବା ସହ ରନ୍ଧା ଖାଦ୍ୟ ପରଷୁଛନ୍ତି ପୋଲିସ କର୍ମଚାରୀ। ରିଲିଫ କ୍ୟାମ୍ପରେ ନିଜେ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ବିପନ୍ନଙ୍କ ଅବସ୍ଥା ପଚାରି ବୁଝିଛନ୍ତି। ସେହିପରି ଲୋକସେବାରେ ନିଜକୁ ନିୟୋଜିତ କରିଛି ଅଗ୍ନିଶମ ବାହିନୀ। ବାତ୍ୟା ପୂର୍ବରୁ ସଜାଗ ରହିଥିବା ଅଗ୍ନିଶମ ବାହିନୀ ବାତ୍ୟା ପରେ ପୁନରୁଦ୍ଧାର କାମରେ ଦିନ ରାତି ଲାଗିଛି। ସଫେଇ, ବିଦ୍ୟୁତ କର୍ମଚାରୀଙ୍କୁ ସହଯୋଗ କରିବାଠାରୁ ବିପନ୍ନଙ୍କୁ ପାନୀୟ ଜଳ ଯୋଗାଣ ସହ ରିଲିଫ ପ୍ରଦାନ କରୁଛନ୍ତି ଅଗ୍ନିଶମ ବାହିନୀର ଅଧିକାରୀ ଓ କର୍ମଚାରୀ। ପୋଲିସ ଓ ଅଗ୍ନିଶମ ବାହିନୀର ଏଭଳି ଉଦ୍ୟମ ଓ ପଦକ୍ଷେପକୁ ବିଭିନ୍ନ ମହଲରେ ଭୂୟଶୀ ପ୍ରଶଂସା କରାଯାଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.