Below header

ନାବାଳିକା ଦୁଷ୍କର୍ମକାରୀକୁ ୩୦ ବର୍ଷ ଜେଲ, ଦଣ୍ଡାଦେଶ ଶୁଣାଇଲେ କେନ୍ଦୁଝର ଏଡିଜେ ଓ ସ୍ବତନ୍ତ୍ର ପକ୍ସୋ କୋର୍ଟ

ନାବାଳିକା ଦୁଷ୍କର୍ମକାରୀକୁ ୩୦ ବର୍ଷ ଜେଲ, ୩୦ ହଜାର ଟଙ୍କା ଜରିମାନା । ଦୁଷ୍କର୍ମରେ ସହଯୋଗ କରିଥିବା ସାବତ ଆଈକୁ ମଧ୍ୟ ୩୦ ବର୍ଷ ଜେଲ ସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ । କେନ୍ଦୁଝର ଏଡିଜେ ଏବଂ ସ୍ବତନ୍ତ୍ର ପକ୍ସୋ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି ।

କେନ୍ଦୁଝର(କେନ୍ୟୁଜ୍‌): ନାବାଳିକା ଦୁଷ୍କର୍ମକାରୀକୁ ୩୦ ବର୍ଷ ଜେଲ, ୩୦ ହଜାର ଟଙ୍କା ଜରିମାନା । ଦୁଷ୍କର୍ମରେ ସହଯୋଗ କରିଥିବା ସାବତ ଆଈକୁ ମଧ୍ୟ ୩୦ ବର୍ଷ ଜେଲ ସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ । କେନ୍ଦୁଝର ଏଡିଜେ ଏବଂ ସ୍ବତନ୍ତ୍ର ପକ୍ସୋ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହ ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣା ୨୦୧୮ ମସିହାର ଯୋଡ଼ା ଅଞ୍ଚଳର ପୀଡ଼ିତା ନାବାଳିକା ଜଣଙ୍କ ତାଙ୍କ ସାବତ ଆଈ ପାଖରେ ରହି ପାଠ ପଢୁଥିଲେ । ସାବତ ଆଈ ଅମିତା କାରୁଆ ଘରକୁ ଏସ୍ .କେ.ସାହଜାଦ ନାମକ ଜଣେ ବ୍ୟକ୍ତି ସବୁ ବେଳେ ଯା ଆସ କରୁଥିଲା। ସାବତ ଆଈର ସହଯୋଗରେ ସେ ସେ ଦୀର୍ଘ ୫ ମାସ ଧରି ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା । ଘଟଣା ଜଣା ପଡ଼ିବା ପରେ ଯୋଡ଼ା ଥାନାରେ ଅଭିଯୋଗ କରିଥିଲେ ନାବାଳିକାଙ୍କ ପରିବାର ଲୋକ । ୨୦ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଭିତ୍ତି କରି ଆଜି କୋର୍ଟ ରାୟ ଶୁଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.