ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସବୁ ବ୍ୟାଙ୍କକୁ ନିର୍ଦ୍ଦେଶ, ରବିବାର ଦିନ ଖୋଲା ରହିବ ବ୍ୟାଙ୍କ

ମାର୍ଚ୍ଚ ୩୧ ରବିବାର ଦିନ ଖୋଲା ରହିବ ଦେଶର ସବୁ ବ୍ୟାଙ୍କ । ଏ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସବୁ ବ୍ୟାଙ୍କଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆର୍ଥିକ ବର୍ଷର ଶେଷ ଦିନରେ ଭାରତ ସରକାରଙ୍କ ରିସିପ୍ ଟ ଓ ପେମେଣ୍ଟ ଟ୍ରାଞ୍ଜାକ୍ ସନକୁ ଦୃଷ୍ଟିରେ ରଖି ସମସ୍ତ ବ୍ରାଞ୍ଚକୁ ଖୋଲା ରଖିବାକୁ କୁହାଯାଇଛି ।

ଭୁବନେଶ୍ୱର(କେନ୍ୟୁଜ୍‌): ମାର୍ଚ୍ଚ ୩୧ ରବିବାର ଦିନ ଖୋଲା ରହିବ ଦେଶର ସବୁ ବ୍ୟାଙ୍କ । ଏ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସବୁ ବ୍ୟାଙ୍କଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆର୍ଥିକ ବର୍ଷର ଶେଷ ଦିନରେ ଭାରତ ସରକାରଙ୍କ ରିସିପ୍ ଟ ଓ ପେମେଣ୍ଟ ଟ୍ରାଞ୍ଜାକ୍ ସନକୁ ଦୃଷ୍ଟିରେ ରଖି ସମସ୍ତ ବ୍ରାଞ୍ଚକୁ ଖୋଲା ରଖିବାକୁ କୁହାଯାଇଛି । ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖ ରବିବାର ପଡୁଛି । ତେଣୁ ଏହି ଦିନ ବ୍ୟାଙ୍କ ବନ୍ଦ ରହିବା କଥା । ଆରବିଆଇର ନିର୍ଦ୍ଦେଶ ପରେ ସମସ୍ତ ବ୍ୟାଙ୍କର ସବୁ ବ୍ରାଞ୍ଚ ଖୋଲା ରହିବ। ସରକାରୀ କାର୍ଯ୍ୟ ସହ ସମସ୍ତ ଜନସାଧାରଣ ମଧ୍ଯ ସେଦିନ ଆର୍ଥିକ କାରବାର କରିପାରିବେ ବୋଲି କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.