ଇଡିରେ ହାଜ‌ର ହେଲେ ଖଗେଶ୍ୱରଙ୍କ ବ୍ୟବସାୟିକ ସହଯୋଗୀ ଅବିନାଶ ପ୍ରିୟଦର୍ଶୀ, ଅର୍ଚ୍ଚନାଙ୍କ ଡ୍ରାଇଭରକୁ ଟଙ୍କା ପଠାଇଥିବା ସୂଚନା

ଭୁବନେଶ୍ୱର(କେନ୍ୟୁଜ୍): ଇଡିରେ ହାଜ‌ର ହେଲେ ଖଗେଶ୍ୱରଙ୍କ ବ୍ୟବସାୟିକ ସହଯୋଗୀ ଅବିନାଶ ପ୍ରିୟଦର୍ଶୀ ଓରଫ ଚନ୍ଦନ । ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ନେଇ ସୂଚନା ମିଳିଛି । ଅନ୍ୟପଟେ ଜାଣିବାକୁ ମିଳିଛି ଯେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଆଗରେ ହାଜର ହୋଇପାରନ୍ତି ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ୍ । ଏନେଇ ପ୍ରଡକସନ୍‌ ପିଟିସନ୍‌ ଦାଖଲ କରିଥିଲା ଇଡି । ଆଜି ଉଭୟଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ । ଏଥିପାଇଁ ଇଡି ପ୍ରସ୍ତୁତି କରିଛି । ଅର୍ଚ୍ଚନାଙ୍କ ପାଇଁ ତିଆରି କରିଛି ପାଖାପାଖି ୫୦ ପ୍ରଶ୍ନବାଣ ।

କେମିତି ଏତେ କମ୍‌ ସମୟ ଭିତରେ ଏତେ ବଡ଼ ସାମ୍ରାଜ୍ୟ ଠିଆ କଲେ ? କୋଟି କୋଟି ଟଙ୍କାର ମାଲିକାଣୀ ହେଲେ କେମିତି ? ତଦନ୍ତ ବେଳେ ଇଡି ଜାଣିବାକୁ ପାଇଛି, ୪ ବର୍ଷ ଭିତରେ ଅର୍ଚ୍ଚନା ଓ ଜଗବନ୍ଧୁ ୩୫ କୋଟି ଟଙ୍କା ସମ୍ପତ୍ତି ରଖିଛନ୍ତି । ଆୟର ଉତ୍ସ କଣ ? କେଉଁଠୁ ଆସୁଥିଲା ଟଙ୍କା ? କେଉଁମାନଙ୍କୁ ବ୍ଲାକମେଲିଂ କରି ଟଙ୍କା ଆଦାୟ କରିଛନ୍ତି ? ଜମି କାହାଠୁ କିଣିଲେ ? ଦାମୀ ଗାଡ଼ି କାହା ଟଙ୍କାରେ କିଣା ହୋଇଥିଲା ? ନା କେହି ଗିଫ୍ଟ କରିଥିଲେ ? ବିଜନେସ୍‌ ପାର୍ଟନର ଖଗେଶ୍ୱର ଓ ଶ୍ରଦ୍ଧାଞ୍ଜଳିଙ୍କର ଭୂମିକା କଣ ଥିଲା ? ଅକ୍ଷୟ ପରିଜାଙ୍କ ପାଖରୁ ଟଙ୍କା ଆଣିଛନ୍ତି କି ? କେଉଁଠି କଳାଧନ ଖଟାଇଛନ୍ତି ? ଏମିତି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ମୁହଁରୁ ଗୋଟି ଗୋଟି ବାହାର କରିବ ଇଡି ।

ଶ୍ରଦ୍ଧାଞ୍ଜଳି, ଖଗେଶ୍ୱର, ଅକ୍ଷୟ ପରିଜା ଓ ପ୍ରମୋଦ ସ୍ୱାଇଁଙ୍କ ସହ ସେମାନଙ୍କୁ ମୁହାଁମୁହିଁ ଜେରା ହୋଇପାରେ । ପୂର୍ବରୁ ଶ୍ରଦ୍ଧାଞ୍ଜଳି ଓ ଖଗେଶ୍ୱରଙ୍କୁ ଜେରା ବେଳେ ଇଡି ପାଇଛି ଅନେକ ଗୁରୁତ୍ୱପୂର୍ଣ୍ଣ ସୁରାକ । ଗତକାଲି ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ ଇଡିରେ ହାଜର ହୋଇଛି ତଥ୍ୟ ଦେଇଛନ୍ତି । ସେମାନେ ଦେଇଥିବା ତଥ୍ୟ ପ୍ରମାଣ ଆଧାରରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ମାରାଥନ୍‌ ଜେରା ପାଇଁ ପ୍ରସ୍ତୁତ ହୋଇଛି ଇଡି ଟିମ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.