ହାଇକୋର୍ଟରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ମାମଲା: ପୁଣି ମାସେ ବଢିଲା ସମୟ

ଭୁବନେଶ୍ୱର(କେନ୍ୟୁଜ୍): ହାଇକୋର୍ଟରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ମାମଲା। ପୁଣି ମାସେ ବଢିଲା ସମୟ। ନମ୍ବର ଶେଷରେ ୧, ୨, ୩ ଓ ୪ ନମ୍ବର ପାଇଁ ଆଉ ମାସେ ସମୟ ସୀମା ବୃଦ୍ଧି ହୋଇଛି। ଡିସେମ୍ବର ୩୧ ଯାଏଁ ସମୟ ସୀମା ବୃଦ୍ଧି କରାଯିବ ବୋଲି ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ଏନେଇ ପରିବହନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯିବ।

ନମ୍ବର ପ୍ଲେଟ୍‌ ବୁକିଂ ହୋଇଥିଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବନି ବୋଲି କହିଲେ। ୧, ୨, ୩ ଓ ୪ ଶେଷ ନମ୍ବର ପାଇଁ ନଭେମ୍ବର ୩୦ ତାରିଖ ଶେଷ ହେଉଥିଲା। ରାଜ୍ୟରେ ପାଖାପାଖି ୫୦ ଲକ୍ଷ ଗାଡ଼ିରେ ଏଚଏସଆରପି ଲାଗିବାର ରହିଛି । ଏବେ ସୁଦ୍ଧା ୨୯ ଲକ୍ଷରୁ ଉର୍ଦ୍ଧ୍ଵ ଗାଡି ଏଚଏସଆରପି ପାଇଁ ଆବେଦନ କରିଛନ୍ତି । ସେଥିମଧ୍ୟରୁ ୧୧ ଲକ୍ଷରୁ ଉର୍ଦ୍ଧ୍ଵ ଗାଡ଼ିରେ ଏଚଏସଆରପି ପ୍ଲେଟ ମଧ୍ୟ ଲାଗି ସାରିଛି ।