Below header

ଓଡିଆ ସହିଦ ପରିବାରକୁ କିଟ୍ ଓ କିସର ସହାୟତା, ଜଣଙ୍କୁ ଚାକିରି ଓ ପିଲାଙ୍କୁ ମାଗଣା ପାଠ ପଢ଼ାଇବା ପାଇଁ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଦେଲେ ପ୍ରସ୍ତାବ

ଭୁବନେଶ୍ବର (କେନ୍ୟୁଜ୍) : ପୁଲୱାମା ଆକ୍ରମଣରେ ସହିଦ ସିଆରପିଏଫ ଯବାନ ଜଗତସିଂହପୁର ନାଉଗାଁ ବ୍ଲକ ପାରିଶିଖର ଗାଁର ପ୍ରସନ୍ନ ସାହୁଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି କିଟ୍ ଓ କିସର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ।

JAGATSINGHPUR SAHID-1ସହିଦ ପ୍ରସନ୍ନଙ୍କ ପୁଅ ଓ ଝିଅଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ ସହ ପରିବାରର ଜଣଙ୍କୁ ଚାକିରି ଦେବା ପାଇଁ କହିଛନ୍ତି। ଡ. ସାମନ୍ତଙ୍କ ଠାରୁ ପତ୍ର ପାଇବା ପରେ ପ୍ରସ୍ତାବକୁ ଗ୍ରହଣ କରିବା ସହ ପରିବାର ଲୋକେ ଖୁସି ବ୍ୟକ୍ତ କରି ଡ. ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।

NIALI SAHIDସେହିପରି କଟକ ଜିଲ୍ଲା ନିଆଳି ଥାନା ରତନପୁର ଗାଁର ସହିଦ ମନୋଜ ବେହେରାଙ୍କ ଏକମାତ୍ର ଝିଅର ପାଠପଢ଼ା ଓ ପରିବାରର ଜଣଙ୍କୁ ଚାକିରି ଯୋଗାଇ ଦେବା ଲାଗି ପ୍ରସ୍ତାବ ଦେବା ସହ କିଟ୍ ଓ କିସ୍ ତରଫରୁ ଆର୍ଥିକ ସହାୟତା କରିଛନ୍ତି ଡ. ଅଚ୍ୟୁତ ସାମନ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.