ପାକିସ୍ତାନକୁ ଆମେରିକାର ଝଟ୍କା , ପାକ୍ ନାଗରିକଙ୍କ ଭିସା ଅବଧି କମାଇଲେ ଟ୍ରମ୍ପ ସରକାର

କେନ୍ୟୁଜ୍ : ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ଆଉ ଏକ ଝଟ୍କା । ଆମେରିକାକୁ ଆସୁଥିବା ପାକିସ୍ତାନ ନାଗରିକଙ୍କୁ ମିଳୁଥିବା ଭିସାର ଅବଧି କମାଇ ଦିଆଯାଇଛି । ଏବେ ପାକିସ୍ତାନ ନାଗରିକଙ୍କୁ ୫ ବର୍ଷ ବଦଳରେ ଭିସାର ଅବଧି ୧୨ ମାସ କରି ଦିଆଯାଇଛି ।
ସାମ୍ବାଦିକଙ୍କ ପାଇଁ ଏହି ଅବଧି ମାତ୍ର ତିନି ମାସ ରହିବ । କେବଳ ଏତିକି ନୁହଁ ଭିସା ପାଇଁ ଦେବାକୁ ପଡ଼ୁଥିବା ଅର୍ଥ ରାଶି ମଧ୍ୟ ବଢାଇ ଦେଇଛି ଆମେରିକା । ନୂଆ ନିୟମ ଅନୁସାରେ ଓ୍ଵାର୍କ ଭିସା, ଜର୍ଣ୍ଣାଲିଷ୍ଟ ଭିସା, ଟ୍ରାନ୍ସଫର ଭିସା ଓ ଧାର୍ମିକ ଭିସା ଉପରେ ଅର୍ଥ ରାଶି ଅଧିକ ଦେବାକୁ ପଡ଼ିବ । ଏବେ ଭିସା ପାଇଁ ୩୨ରୁ ୩୮ ଡଲାର ଅଧିକ ଦେବାକୁ ପଡ଼ିବ ।