କନ୍ଧମାଳରେ ପ୍ରବଳ ଶୀତକୁ ନଜରରେ ରଖି ଡ.ଅଚ୍ୟୁତ ସାମନ୍ତଙ୍କ ନିଆରା ପଦକ୍ଷେପ, ଗରିବ ଓ ଦିନ ଦରିଦ୍ରଙ୍କୁ ବଣ୍ଟାଗଲା କମ୍ବଳ

କେନ୍ୟୁଜ୍(ବ୍ୟୁରୋ): କିଟ ଓ କିସ୍‌ ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ କନ୍ଧମାଳର ବିକାଶ ଓ ଉନ୍ନତି ପାଇଁ ଗୋଟିଏ ପରେ ଗୋଟିଏ ଉନ୍ନତି ମୂଳକ କାମ କରି ଚାଲିଛନ୍ତି । କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ଗୁରୁତ୍ୱ ଦେଉଛନ୍ତି । ବର୍ତ୍ତମାନ କନ୍ଧମାଳରେ ପ୍ରବଳ ଶୀତ ହେଉଥିବାରୁ ଦୀର୍ଘ ୧୫ଦିନ ଧରି କନ୍ଧମାଳ ଲୋକସଭା କ୍ଷେତ୍ରର ବ୍ଲକରେ ଗରିବ ଓ ଦିନ ଦରିଦ୍ରଙ୍କୁ ସ୍ୱ ହସ୍ତରେ ଓ କିସ୍‌ କର୍ମଚାରୀଙ୍କ ଦ୍ୱାରା କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ସାଂସଦ ଡ. ସାମନ୍ତଙ୍କ ନିର୍ଦ୍ଦେଶ କ୍ରମେ ଆଜି ନୂତନ ବର୍ଷ ଉପଲକ୍ଷେ ଜିଲ୍ଲା ବ୍ଳକ ସଂଯୋଜକ ଓ କର୍ମଚାରୀଙ୍କ ମାଧ୍ୟମରେ ଫୁଲବାଣୀ ଜଗନ୍ନାଥ ମନ୍ଦିର ପରିସରରେ ଭିକ୍ଷୁକଙ୍କୁ କମ୍ବଳ ବଣ୍ଟନ କରିଛନ୍ତି । ଏହି କମ୍ବଳ ପାଇବା ପରେ ଖୁସି ବ୍ୟକ୍ତ କରିବା ସହ ସାଂସଦଙ୍କ ଦୀର୍ଘାୟୁ କାମନା କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.