Below header

୧ ଜାନୁୟାରୀରେ ଜନ୍ମ ହୋଇଛନ୍ତି କି, ଜାଣନ୍ତୁ ଆପଣଙ୍କ ପାଇଁ କ’ଣ ନେଇ ଆସିଛି ନୂଆବର୍ଷ

ନୂଆ ଆଶା, ଉତ୍ସାହ ଓ ଉଦ୍ଦୀପନା ସହ ପାଦ ଥାପିଛି ନୂଆବର୍ଷ। ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ସମସ୍ତେ ଆଗଭର। ନୂଆବର୍ଷର ପ୍ରଥମ ଦିନକୁ ଉପଭୋଗ କରିବା ପାଇଁ କିଏ ପାର୍ଟି କରୁଛି ତ କିଏ ପରିବାର ସହ ସମୟ ବିତାଉଛି। କିନ୍ତୁ ଆଜି ନୂଆବର୍ଷରେ ଯାହାର ଜନ୍ମଦିନ ତାଙ୍କ ପାଇଁ ଏହି ଦିନ ଟିକେ ଖାସ୍‌। ସେ ନୂଆବର୍ଷ ମନାଇବା ସହ ଜନ୍ମଦିନକୁ ବି ପାଳନ କରିବେ। ତେବେ ଆସନ୍ତୁ ଜାଣିବା ନୂଆବର୍ଷରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିବିଶେଷଙ୍କ ବିଷୟରେ…

ଯେଉଁ ବ୍ୟକ୍ତି ଜାନୁୟାରୀ ୧ ତାରିଖରେ ଜନ୍ମ ନେଇଛନ୍ତି ତାଙ୍କ ମୂଳାଙ୍କ ୧। ଏମାନେ ରାଜକୀୟ ପ୍ରବୃତ୍ତିର ହୋଇଥାନ୍ତି। ଏମାନଙ୍କୁ କେହି ଶାସନ କରିବା ସେମାନେ ପସନ୍ଦ କରନ୍ତି ନାହିଁ। ଏହି ବ୍ୟକ୍ତିମାନେ ସାହସୀ ଓ ଜିଜ୍ଞାସୁ ହୋଇଥାନ୍ତି।

ଏମାନଙ୍କ ମୂଳାଙ୍କ ସୂର୍ଯ୍ୟଗ୍ରହ ଦ୍ୱାରା ସଞ୍ଚାଳିତ ହୋଇଥାଏ। ଏମାନେ ଅତ୍ୟନ୍ତ ମହତ୍ତ୍ୱାକାଂକ୍ଷୀ ହୋଇଥାନ୍ତି। ଏମାନଙ୍କ ମାନସିକ ଶକ୍ତି ଅନ୍ୟମାନଙ୍କ ତୁଳନାରେ ଅଧିକ ଥାଏ। କିନ୍ତୁ ଏହି ଜନ୍ମ ତାରିଖ ବ୍ୟକ୍ତିଙ୍କୁ ବୁଝିବା କଷ୍ଟକର ହୋଇଥାଏ। ଏମାନେ ସବୁ ପ୍ରକାର ପରିସ୍ଥିତିକୁ ମୁକାବିଲା କରିବାକୁ ସକ୍ଷମ। ଏମାନେ ସୌନ୍ଦର୍ଯ୍ୟପ୍ରେମୀ ହୋଇଥିବା ବେଳେ ଆତ୍ମବିଶ୍ୱାସ ଯୋଗୁ ଏମାନଙ୍କୁ ସମସ୍ତେ ପସନ୍ଦ କରନ୍ତି।

ଶୁଭ ତାରିଖ:

୧, ୧୦, ୧୯, ୨୮

ଶୁଭ ଅଙ୍କ:

୧, ୧୦, ୧୯, ୨୮, ୩୭, ୪୬, ୫୫, ୬୪, ୭୩, ୮୨

ଶୁଭ ବର୍ଷ:

୨୦୨୬, ୨୦୪୪, ୨୦୫୩, ୨୦୬୨

ଇଷ୍ଟ ଦେବ:

ସୂର୍ଯ୍ୟ, ମା’ ଗାୟତ୍ରୀ

କେମିତି କଟିବ ଏ ବର୍ଷ:

ଏହି ବର୍ଷ ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖମୟ ରହିବ। ଅଧୁରା କାମ ସମ୍ପୂର୍ଣ୍ଣ କରିବେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ବର୍ଷଟି ଉତ୍ତମ ରହିବ। ପାରିବାରିକ ଜୀବନ ସୁଖଶାନ୍ତିରେ ବିତିବ। ଅବିବାହିତମାନେ ବିବାହ କରିବେ। ପଦୋନ୍ନତିର ଯୋଗ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.