Below header

ନୂଆବର୍ଷ ୨୦୨୦ ପାଇଁ ଟୁଇନସିଟିରେ ବିଭିନ୍ନ ଯୋଜନାର ତାଲିକା ପ୍ରସ୍ତୁତ କରିଛି କମିଶନରେଟ ପୋଲିସ, ୪ଟି ଚ୍ୟାଲେଞ୍ଜର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି ଖସଡା

କେନ୍ୟୁଜ୍(ବ୍ୟୁରୋ): ନୂଆବର୍ଷ ୨୦୨୦ ପାଇଁ ଟୁଇନସିଟିରେ ବିଭିନ୍ନ ଯୋଜନାର ତାଲିକା ପ୍ରସ୍ତୁତ କରିଛି କମିଶନରେଟ ପୋଲିସ । ୪ଟି ଚ୍ୟାଲେଞ୍ଜର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି ଖସଡା । ଟାର୍ଗେଟ୍‌ରେ ସଙ୍ଗଠିତ ଅପରାଧ । ସଙ୍ଗଠିତ ଅପରାଧୀଙ୍କୁ ଧରିବା ପାଇଁ ଗୁଇନ୍ଦା ବିଭାଗକୁ ଅଧିକ କ୍ରିୟାଶୀଳ କରାଯିବା ସହ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ଏନଏସଏରେ ବୁକ୍‌ କରିବା ଉପରେ ଗୁରୁତ୍ୱ ଦେଇଛି ପୋଲିସ । ସେହିଭଳି ଇଲୋକଟ୍ରୋନିକ୍‌ ସରଭଲାନ୍ସ ସିଷ୍ଟମକୁ କ୍ରିୟାଶିଳ କରିବା । ଟୁଇନସିଟିରେ ଟ୍ରାଫିକ୍‌ ସମସ୍ୟା ଦୁର କରିବା ପାଇଁ ବିଭିନ୍ନ ଯୋଜନା କରିବା ସହ ରାଜମହଲ ଠାରୁ ଏଜି ଛକ ଓ ଜୟଦେବବିହାର ଠାରୁ ପଟିଆ ପଯ୍ୟର୍ନ୍ତ ଟ୍ରାଫିକ୍‌ ସମସ୍ୟ ନଉପୁଜିବା ଉପରେ ଗୁୁରୁତ୍ୱ ଦିଆଯିବ । ସେହିଭଳି କମିଶନରେଟ ପୋଲିସର ସ୍ଲୋଗାନ୍‌ ‘ଉଇ କେୟାର ଉଇ ଡେୟାର’ କୁ ପରିବର୍ତ୍ତନ କରି ଆପଣଙ୍କ ପୋଲିସ, ଆପଣଙ୍କ ସୁରକ୍ଷା କରାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.