ନ୍ୟୁ ଇୟର ପାର୍ଟିରେ ଏକାଠି ନଜର ଆସିଲେ ଅନୁଷ୍କା-ବିରାଟ, ସୈଫ-କରୀନା ଓ ବରୁଣ-ନତାଶା, ଦେଖନ୍ତୁ ଭାଇରାଲ ଫଟୋ

ନୂଆବର୍ଷର ଆଗମନକୁ ନେଇ ସମସ୍ତେ ଉତ୍ସାହିତ ହୋଇପଡ଼ିଛନ୍ତି। ୨୦୨୦କୁ ସ୍ୱାଗତ କରିବା ପାଇଁ ପିଲାଠୁ ବୁଢ଼ା ଯାଏଁ ସମସ୍ତେ ତତ୍ପର। କେବଳ ସାଧାରଣ ଲୋକ ନୁହେଁ ସେଲିବ୍ରିଟିମାନେ ମଧ୍ୟ ନୂଆବର୍ଷକୁ ସ୍ୱାଗତ କରୁଥିବା ଦେଖାଯାଇଛି। କେତେକ ସେଲିବ୍ରିଟି ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ବିଦେଶ ଯାତ୍ରା ମଧ୍ୟ କରିଛନ୍ତି।

ବଲିଉଡ୍‌ ଷ୍ଟାର ଅନୁଷ୍କା ଶର୍ମା ସ୍ୱାମୀ ତଥା ଟିମ୍‌ ଇଣ୍ଡିଆ କ୍ୟାପ୍‌ଟେନ୍‌ ବିରାଟ କୋହଲିଙ୍କ ସହ ସ୍ୱିଜରଲ୍ୟାଣ୍ଡ ଯାଇଛନ୍ତି। ଏହି ଦମ୍ପତିଙ୍କ ବ୍ୟତୀତ ସ୍ୱିଜରଲ୍ୟାଣ୍ଡରେ କରୀନା କପୁର ସ୍ୱାମୀ ସୈଫଅଲ୍ଲୀ ଖାନ୍‌ଙ୍କ ସହ ଓ ବରୁଣ ଧଓ୍ଵନ୍‌ ଗର୍ଲଫ୍ରେଣ୍ଡ ନତାଶାଙ୍କ ସହ ମସ୍ତି କରୁଥିବା ଦେଖିବାକୁ ମିଳିଛି।

 

View this post on Instagram

 

Happy New Year ✨💛

A post shared by AnushkaSharma1588 (@anushkasharma) on


ଏହି ସେଲିବ୍ରିଟିମାନେ ବିଦେଶରେ ପରସ୍ପରକୁ ଭେଟିବା ସହ ଏକାଠି ନବବର୍ଷକୁ ସ୍ୱାଗତ କରିଛନ୍ତି। ବରୁଣ ଧଓ୍ଵନ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ପାର୍ଟି ବେଳର ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି। ଫଟୋରେ ବରୁଣ ନିଜ ଗର୍ଲଫ୍ରେଣ୍ଡ ନତାଶାଙ୍କ ସହ ନଜର ଆସିଥିବା ବେଳେ କରୀନା ସୈଫ୍‌ଙ୍କ ସହ ଓ ଅନୁଷ୍କା ବିରାଟ କୋହଲିଙ୍କ ସହ ବସିଥିବା ଦେଖିବାକୁ ମିଳିଛି।

ଫଟୋରେ ସମସ୍ତ ସେଲିବ୍ରିଟି ଖୁବ୍‌ ସୁନ୍ଦର ଲାଗୁଛନ୍ତି। ସୈଫ, ବରୁଣ ଓ ବିରାଟ ବ୍ଲାକ୍‌ ଆଣ୍ଡ ହ୍ଵାଇଟ୍‌ କମ୍ବିନେସନ୍‌ର ପୋଷାକ ପିନ୍ଧିଥିବା ବେଳେ ନତାଶ ଓ କରୀନା ଧଳା ଗାଉନ୍‌ ପିନ୍ଧିଛନ୍ତି। ସେହିପରି ଅନୁଷ୍କା ବ୍ଲାକ୍‌ କଲର ସର୍ଟ ଗାଉନ୍‌ରେ ନଜର ଆସିଛନ୍ତି।

Leave A Reply

Your email address will not be published.