କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲରେ ଉଦ୍‌ଘାଟିତ ହେଲା ନ୍ୟାସନାଲ ଚିଲ୍‌ଡ୍ରେନ୍ସ ଲିଟେରାରୀ ଫେଷ୍ଟିଭାଲ ୨୦୧୮

ଭୁବନେଶ୍ବର(କେନ୍ଯୁଜ୍) : କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲରେ ଉଦ୍‌ଘାଟିତ ହୋଇଛି ନ୍ୟାସନାଲ ଚିଲ୍‌ଡ୍ରେନ୍ସ ଲିଟେରାରୀ ଫେଷ୍ଟିଭାଲ ୨୦୧୮ । ଏହି ଅବସରରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଅବଦାନକୁ ଅତିଥିମାନେ ଭୂୟସୀ ପ୍ରଶଂସା କରିଛନ୍ତି । ଶିକ୍ଷା କ୍ଷେତ୍ରରେ ଡ.ସାମନ୍ତଙ୍କ ଅବଦାନକୁ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ସହ ତୁଳନା କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ।

କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲରେ ଆରମ୍ଭ ହୋଇଛି ୨ଦିନିଆ ନ୍ୟାସନାଲ ଚିଲଡ୍ରେନ୍ସ ଲିଟେରାରୀ ଫେଷ୍ଟିଭାଲ ୨୦୧୮ । କାର୍ଯ୍ୟକ୍ରମକୁ ସ୍ୱନାମଧନ୍ୟ ଲେଖକ ରସ୍କିନ୍‌ ବଣ୍ଡ ଓ ରାଜ୍ୟସଭା ସାଂସଦ ଜୟରାମ ରମେଶ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଜୟରାମ ରମେଶ କହିଥିଲେ ଡ. ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ କିଟ୍‌ ଓ କିସ୍‌ ଶିକ୍ଷା କ୍ଷେତ୍ରରେ ଏକ ମାଇଲ୍‌ଖୁଣ୍ଟ । ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ଶାନ୍ତି ନିକେତନରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଶିକ୍ଷା କ୍ଷେତ୍ରରେ ଡ.ସାମନ୍ତଙ୍କ ଅବଦାନକୁ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ସହ ତୁଳନା କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ । ସେହିପରି ପରିବେଶ ସନ୍ତୁଳନ ପାଇଁ ସମସ୍ତେ ପ୍ରଚେଷ୍ଟା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ ।

kiit (1)

କାର୍ଯ୍ୟକ୍ରମରେ ପ୍ରଖ୍ୟାତ ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ନନ୍ଦିତା ଦାସ ଯୋଗଦେଇଥିଲେ । ଛାତ୍ରଛାତ୍ରୀ ଇଣ୍ଟରନେଟ୍‌ ଛାଡ଼ି ବହିପଢ଼ିବାକୁ ପରାମର୍ଶ ଦେଇଥିଲେ । ଚଳଚ୍ଚିତ୍ର ମଣ୍ଟୋ ଉପରେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ ନନ୍ଦିତା । ଏହି ଅବସରରେ କିଟ୍‌ ଇଣ୍ଟରନ୍ୟାସନାଲ ଛାତ୍ରଛାତ୍ରୀଙ୍କ ଦ୍ୱାରା ‘କ୍ଲାଉଡ୍‌ ନାଇନ’ ମାଗାଜିନ୍‌ ଉନ୍ମୋଚିତ ହୋଇଛି ।  ମାଗାଜିନ୍‌କୁ ସମ୍ପାଦନ କରିଛନ୍ତି ପ୍ରଖ୍ୟାତ ଲେଖକ ରସ୍କିନ୍‌ ବଣ୍ଡ ।

kiit (3)

ଦୁଇ ଦିନିଆ ନ୍ୟାସନାଲ ଚିଲ୍‌ଡ୍ରେନ୍ସ ଲିଟେରାରୀ ଫେଷ୍ଟିଭାଲରେ କିଟ୍‌ ଇଣ୍ଟରନ୍ୟାସନାଲ ଛାତ୍ରଛାତ୍ରୀଙ୍କ ସହ ଭୁବନେଶ୍ୱରର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଯୋଗଦେଇଥିଲେ । କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷା ଡ. ମୋନାଲିସା ବଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ  । ଚଳିତ ବର୍ଷ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଅସୁସ୍ଥତା କାରଣରୁ କାର୍ଯ୍ୟକ୍ରମରେ ଯୋଗଦେଇପାରିନଥିଲେ ।

ଦୁଇ ଦିନିଆ ନ୍ୟାସନାଲ ଚିଲ୍‌ଡ୍ରେନ୍ସ ଲିଟେରାରୀ ଫେଷ୍ଟିଭାଲରେ କିଟ୍‌ ଇଣ୍ଟରନ୍ୟାସନାଲ ଛାତ୍ରଛାତ୍ରୀଙ୍କ ସହ ଭୁବନେଶ୍ୱରର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଯୋଗଦେଇଥିଲେ । କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷା ଡ. ମୋନାଲିସା ବଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ  । ଚଳିତ ବର୍ଷ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଅସୁସ୍ଥତା କାରଣରୁ କାର୍ଯ୍ୟକ୍ରମରେ ଯୋଗଦେଇପାରିନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.