Below header

 ଦୁର୍ଘଟଣା : ବାଇକ୍‌ ଆରୋହୀଙ୍କ ଉପରେ ଚଢିଗଲା ଟ୍ରକ୍‌

ଚୌଦ୍ୱାର (କେନ୍ଯୁଜ୍) : ମୋଟର ସାଇକେଲ ଆରୋହୀଙ୍କ ଉପରେ ଚଢିଗଲା ଟ୍ରକ୍‌ । ଚୌଦ୍ୱାର ସ୍ଥିତ ଇମ୍ଫାର ଦ୍ୱିତୀୟ ୟୁନିଟ୍‌ ୟୁଏମଏସ୍‌ଏଲ କାରଖାନାର ମୁଖ୍ୟ ଫାଟକ ଆଗରେ ଦୁର୍ଘଟଣା ଘଟିଛି । ମୃତକଙ୍କ ସଠିକ୍‌ ପରିଚୟ ମିଳି ନାହିଁ । ତେବେ ସେ ହାଇକୋର୍ଟର ଆଇନଜୀବୀ ବୋଲି ଜଣାପଡ଼ିଛି ।  ଦୁର୍ଘଟଣା ଘଟାଇବା ପରେ ସ୍ଥାନୀୟ ଲୋକେ ଟ୍ରକକୁ ଅଟକାଇଥିଲେ । ପୋଲିସ ପହଞ୍ଚି ଟ୍ରକ୍‌ ଜବତ କରିବା ସହ ମୃତ ଦେହ ବ୍ୟବଛେଦ କରିବା ପାଇଁ ପଠାଇଛି । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.