ଫେସିଆଲ କରିବାର ଫାଇଦା ତ ଶୁଣିଥିବେ, କିନ୍ତୁ ଏବେ ଜାଣନ୍ତୁ ଏହାର କୁପରିଣାମ

ମହିଳାମାନେ ସୁନ୍ଦର ଦେଖାଯିବା ପାଇଁ ସବୁବେଳେ ଚାହିଁଥାନ୍ତି। ଏଥପାଇଁ ସେମାନେ ବହୁତ ପ୍ରକାରର ବିୟୁଟି ପ୍ରଡକ୍ଟସ ବ୍ୟବହାର କରିଥାନ୍ତି। ଅଧିକାଂଶ ମହିଳା ନିଜ ତ୍ବଚାର ଉଜ୍ଜ୍ବଳତା ପାଇଁ ପ୍ରାୟ ସମୟରେ ଫେସିଆଲ କରିଥାନ୍ତି। କେବଳ ମହିଳା ମାନେ ନୁହଁନ୍ତି ପୁରୁଷ ମାନେ ମଧ୍ୟ ଫେସିଆଲ କରିଥାନ୍ତି। କିନ୍ତୁ ସେମାନେ ଏହା ଜାଣି ନାହାନ୍ତି ଯେ ସେମାନଙ୍କୁ ଏହା ଦ୍ବାରା କ୍ଷତି ମଧ୍ୟ ହୋଇପାରେ।

men facial

ଫେସିଆଲ ଦ୍ବାରା ହେଉଥିବା ସାଇଡ୍ ଇଫେକ୍ଟସ :

କେତେକ ଥର ଆପଣ ଦେଖିଥିବେ ଯେ ଫେସିଆଲ କରିବା ଦ୍ବାରା ଚେହେରାରେ ଦାଗ ଏବଂ ଚିହ୍ନ ହୋଇଯାଇଥାଏ। ଏମିତି ଅଧତକ ଫେସିଆଲ କରିବା କାରଣରୁ ହୋଇଥାଏ। ଯେତେବେଳେ ଆପଣଙ୍କୁ ସବୁ ମାସରେ ଫେସିଆଲ କରିବାର ଅଭ୍ୟାସ ପଡିଯାଏ ତେବେ ତ୍ବଚାର ବାହାର ସ୍ତରକୁ କ୍ଷତି ପହଁଚିଥାଏ, ଯେଉଁ କାରଣରୁ ଏହି ସମସ୍ୟା ହୋଇଥାଏ।

facialକେବଳ ଏତିକି ନୁହେଁ ଫେସିଆଲ କରିବା ଦ୍ବାରା ତ୍ବଚାର ପ୍ରାକ୍ରୁତିକ ନମନୀୟତା କମ୍ ହେବାକୁ ଲାଗିଥାଏ।ଫେସିଆଲ କରିବା ପାଇଁ ଯେଉଁ କ୍ରୀମର ବ୍ୟବହାର କରାଯାଇଥାଏ, ସେଥିରେ ବହୁତ ମାତ୍ରାରେ କେମିକାଲ୍ସ ମିଳିଥାଏ। ଏହା ଆମ ତ୍ବଚାକୁ ଡ୍ରାଏ କରାଇଦିଏ।

ଏହା ସହ ପଢ଼ନ୍ତୁ : ସ୍କିନ୍ ଟାଇପ୍ ହିସାବରେ ଘରେ ପ୍ରସ୍ତୁତ କରନ୍ତୁ ଫେସିଆଲ ଅଏଲ୍, ହେବ ନାହିଁ କୌଣସି କ୍ଷତି

ଯେଉଁ କାରଣରୁ ଚେହେରା କୁଣ୍ଡେଇ ହୋଇଥାଏ। ଏଥିପାଇଁ ଆପଣ ପ୍ରାକ୍ରୁତିକ ଦ୍ରବ୍ୟର ସାହାରା ନେଇ ଫେସିଆଲ କରିପାରିବେ। ଆପଣ କେବେବି ଫେସିଆଲ କରିବା ପରେ ଖରାକୁ ବାହାରିବା ଉଚିତ ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.