Below header

କଟକ: ନିଆଳି ହାଇସ୍କୁଲର ୭୫ତମ ଅମୃତ ମହୋତ୍ସବରେ ଯୋଗଦେଲେ କିଟ୍‌ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, ଶୃଙ୍ଖଳିତ ଛାତ୍ରଭାବରେ ନିଜର ଭବିଷ୍ୟତ ଗଢିବା ପାଇଁ ଦେଲେ ପରାମର୍ଶ

କଟକ(କେନ୍ୟୁଜ୍): କଟକ ଜିଲ୍ଲା ନିଆଳି ହାଇସ୍କୁଲର ୭୫ତମ ବର୍ଷ ଅମୃତ ମହୋତ୍ସବ ପାଳିତ ହୋଇଛି। ତିନି ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବର ଆଜି ଥିଲା ଦ୍ୱିତୀୟ ସଂଧ୍ୟା। ଏହି ସଂଧ୍ୟାରେ କିଟ୍‌, କିସ ଏବଂ କଳିଙ୍ଗ ଟିଭିର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଅନ୍ୟତମ ଅତିଥି ଭାବରେ ପୂର୍ବତନ ଆଇପିଏସ ବଟକୃଷ୍ଣ ତ୍ରିପାଠୀଙ୍କ ସମେତ ଅନେକ ମାନ୍ୟଗଣ୍ୟ ଅତିଥି ଯୋଗଦେଇ ପିଲାମାନଙ୍କୁ ବଡ଼ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ। ଡ. ସାମନ୍ତ କହିଲେ, ଆଜି କିସରେ ତୁମ ମାନଙ୍କ ଭଳି ୨୫ ହଜାର ଜନଜାତି ପିଲା ଏକାଠି ପାଠ ପଢ଼ୁଛନ୍ତି। ସେମାନେ ଅତି ଶୃଙ୍ଖଳାର ଏକାଠି ରହି ପାଠ ପଢ଼ୁଛନ୍ତି। ତେଣୁ ତୁମେମାନେ ସମସ୍ତେ ଜଣେ ଜଣେ ଶୃଙ୍ଖଳିତ ଛାତ୍ରଭାବରେ ନିଜର ଭବିଷ୍ୟତ ଗଢିବା ଦରକାର ବୋଲି କିଟ୍‌ ଓ କିଟ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.