ବିଜେପି ଛାଡ଼ିବେ କି ଗିରିଧର ଗମାଙ୍ଗ?, ହାଇଦ୍ରାବାଦରେ କେସିଆରଙ୍କ ସହ ଭେଟଘାଟ୍‌

କେନ୍ୟୁଜ୍‌ ବ୍ୟୁରୋ : ବିଜେପି ଛାଡ଼ିବେ କି ଗିରିଧର ଗମାଙ୍ଗ? ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ପାର୍ଟିରେ ହେବେ କି ସାମିଲ ? ଭାରତ ରାଷ୍ଟ୍ର ସମିତି-BRSର ଓଡ଼ିଶା ମୁଖ୍ୟ ହେବେ କି ଗିରିଧର? କେସିଆର-ଗମାଙ୍ଗ ଭେଟଘାଟ ଏ ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ତାଙ୍କ ହାଇଦ୍ରାବାଦ୍‌ ସ୍ଥିତ ସରକାରୀ ବାସଭବନରେ ଭେଟିଛନ୍ତି ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ ।

ଏହାକୁ ସୌଜନ୍ୟମୂଳକ କହିଛନ୍ତି ଗିରିଧର ଗମାଙ୍ଗ । ଏ ଭେଟଘାଟ୍‌ ବେଳେ ଗିରିଧର ଗମାଙ୍ଗଙ୍କ ପୁଅ ଶିଶିର ଗମାଙ୍ଗ ଉପସ୍ଥିତ ଥିଲେ। ସେ କହିଛନ୍ତି, କେସିଆର ତାଙ୍କ ଦଳ ଭାରତ ରାଷ୍ଟ୍ର ସମିତି-BRSକୁ ସାରାଦେଶରେ ବଢ଼ାଇବାକୁ ଚାହୁଁଛନ୍ତି । BRSରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଛନ୍ତି । ଆମେ ବିଜେପିରେ ରହିଛୁ । କେସିଆରଙ୍କ ପ୍ରସ୍ତାବ ଉପରେ କିିଛି ନିଷ୍ପତ୍ତି ନେଇନାହୁଁ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.