Below header

କମାଲ କଲେ କିଟ୍ ଛାତ୍ରୀ ପଣ୍ଡା ସିଷ୍ଟର୍ସ, ମହିଳା ଡବଲ୍ସରେ ବ୍ରୋଞ୍ଜ ପଦକ କଲେ ହାସଲ

କମାଲ କଲେ ପଣ୍ଡା ସିଷ୍ଟର୍ସ । ଅନ୍ତର୍ଜାତୀୟ ସ୍ତରରେ ପୁଣି ଚମକିଲେ ଭାରତୀୟ ଷ୍ଟାର୍ ସଟଲର ଯୋଡି କିଟ୍ ଛାତ୍ରୀ ଋତୁପର୍ଣ୍ଣା ପଣ୍ଡା ଓ ତାଙ୍କ ଭଉଣୀ ଶ୍ବେତପର୍ଣ୍ଣା ପଣ୍ଡା ।

କମାଲ କଲେ ପଣ୍ଡା ସିଷ୍ଟର୍ସ । ଅନ୍ତର୍ଜାତୀୟ ସ୍ତରରେ ପୁଣି ଚମକିଲେ ଭାରତୀୟ ଷ୍ଟାର୍ ସଟଲର ଯୋଡି କିଟ୍ ଛାତ୍ରୀ ଋତୁପର୍ଣ୍ଣା ପଣ୍ଡା ଓ ତାଙ୍କ ଭଉଣୀ ଶ୍ବେତପର୍ଣ୍ଣା ପଣ୍ଡା । ଲାଗୋସରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ କ୍ଲାସିକ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ମହିଳା ଡବଲ୍ସରେ ବ୍ରୋଞ୍ଜ ପଦକ ସାଉଁଟିଛନ୍ତି ୨ ଭଉଣୀ ।

ରବିବାର ଖେଳା ଯାଇଥିବା ସେମିଫାଇନାଲରେ ଋତୁପର୍ଣ୍ଣା-ଶ୍ବେତପର୍ଣ୍ଣା ଯୋଡି ୧୫-୨୧, ୭-୨୧ରେ ମାଲେସିଆର ପାଓଲା କିଓଲ କାଓ ହକ୍ ଏବଂ ଲୁରେଲ ଲାମ ଯୋଡିଙ୍କ ନିକଟରୁ ପରାଜିତ ହୋଇ ତୃତୀୟ ସ୍ଥାନରେ ରହିଥିଲେ । ନିକଟରେ ଋତୁପର୍ଣ୍ଣା-ଶ୍ବେତପର୍ଣ୍ଣା ଯୋଡି କାମେରୁନ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଚାମ୍ପିଅନ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.