ରିଲିଜ ହେଲା ‘ଚନ୍ଦ୍ରମୁଖୀ ୨’ ଫାଷ୍ଟ ଟ୍ରେଲର, ଗଣେଶ ପୂଜାରେ ରିଲିଜ୍‌ ହୋଇପାରେ ଫିଲ୍ମ

କଙ୍ଗନା ଓ ରାଘବ ତାଙ୍କ ନୂଆ ହରର କମେଡି ଫିଲ୍ମ ‘ଚନ୍ଦ୍ରମୁଖୀ ୨’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମର ଅଫିସିଆଲ୍‌ ଟ୍ରେଲର୍‌ ଚେନ୍ନାଇରେ ବହୁତ ଧୁମଧାମ୍‌ରେ ରିଲିଜ୍‌ ହୋଇଛି । ଏହି ଟ୍ରେଲର ଦେଖିବା ପରେ ଫିଲ୍ମକୁ ନେଇ ଅନେକ ପ୍ରଶଂସା କରୁଛନ୍ତି ଫ୍ୟାନ୍ସ ।

ବଲିଉଡ କୁଇନ୍‌ କଙ୍ଗନା ରଣାଓ୍ଵତ୍‌ ଏବଂ ସାଉଥ୍‌ ସୁପରଷ୍ଟାର ରାଘବ ଲରେନ୍ସଙ୍କ ଫିଲ୍ମକୁ ନେଇ ଇଣ୍ଡଷ୍ଟ୍ରୀରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଏବେ ପୁଣି କଙ୍ଗନା ଓ ରାଘବ ତାଙ୍କ ନୂଆ ହରର କମେଡି ଫିଲ୍ମ ‘ଚନ୍ଦ୍ରମୁଖୀ ୨’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମର ଅଫିସିଆଲ୍‌ ଟ୍ରେଲର୍‌ ଚେନ୍ନାଇରେ ବହୁତ ଧୁମଧାମ୍‌ରେ ରିଲିଜ୍‌ ହୋଇଛି । ଟ୍ରେଲରରେ କଙ୍ଗନା ବହୁତ ସୁନ୍ଦର ଲାଗୁଛନ୍ତି ଏବଂ ଯାହାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି ।

ଏହି ଟ୍ରେଲର ଦେଖିବା ପରେ ଫିଲ୍ମକୁ ନେଇ ଅନେକ ପ୍ରଶଂସା କରୁଛନ୍ତି ଫ୍ୟାନ୍ସ । ଏହି ଫିଲ୍ମରେ କଙ୍ଗନା ରଣାଓ୍ଵତ୍‌ ଭେଟ୍ଟିଆନ୍‌ ରାଜାଙ୍କ ଦରବାରରେ ଏକ ନର୍ତ୍ତକୀ ଭୂମିକାରେ ନଜର ଆସିବେ । ଫିଲ୍ମରେ ସେ ସୁନ୍ଦରତା ଏବଂ ନୃତ୍ୟ କଳା ପାଇଁ ଅନେକ ଜଣାଶୁଣା ।

 

View this post on Instagram

 

A post shared by Kangana Ranaut (@kanganaranaut)

ଟ୍ରେଲରରେ ଦେଖିବାକୁ ମିଳିଛି କି, ଗୋଟିଏ ପରିବାର ନିଜର ସମସ୍ୟା ଦେଇ ଏକ ରାଜପ୍ରସାଦ ମଧ୍ୟରେ ରହିବାକୁ ଆସିଛନ୍ତି । ସେହି ରାଜପ୍ରସାଦର ଦକ୍ଷିଣ ଦ୍ୱାରକୁ ଯିବାକୁ ସମସ୍ତଙ୍କୁ ମନା କରାଯାଇଛି । କିନ୍ତୁ ସେମାନେ ସେହି ଦ୍ୱାରକୁ ଯିବା ପରେ ଚନ୍ଦ୍ରମୁଖୀର କାହାଣୀ ଆରମ୍ଭ ହୋଇଛି । ତେବେ ହରର କମେଡି ଫିଲ୍ମ ‘ଚନ୍ଦ୍ରମୁଖୀ ୨’ର ଟ୍ରେଲର ରିଲିଜ୍‌ ହେବା ପରେ ସୋସିଆଲ ମିଲିଆରେ ଛାଇ ଯାଇଛି । ଏହା ସହ ଲୋକେ ଏହି ଫିଲ୍ମରେ କଙ୍ଗନାଙ୍କ ଅଭିନୟକୁ ବହୁତ ପସନ୍ଦ କରିଛନ୍ତି । ତେବେ କଙ୍ଗନା ଏବଂ ରାଘବଙ୍କ ଫ୍ୟାନ୍ସ ତାଙ୍କ ଏହି ଫିଲ୍ମ ଦେଖିବା ପାଇଁ ଉତ୍ସାହିତ ରହିଛନ୍ତି ।

କଙ୍ଗନା ରଣାଓ୍ଵତ୍‌ ହେଉଛନ୍ତି ବଲିଉଡର ବୋଲ୍ଡ କୁଇନ୍‌ । କଙ୍ଗନା ଫିଲ୍ମ ଛଡା ଅନେକ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ତେବେ ଏହି ଫିଲ୍ମ ‘ଚନ୍ଦ୍ରମୁଖୀ ୨’ରେ କଙ୍ଗନାଙ୍କ ବ୍ୟତୀତ ରାଧିକା ସାରଥକୁମାର, ମହିମା ନାମ୍ବିଆର, ଭାଡିଭେଲୁ, ସ୍ରିଷ୍ଟି ଡେଙ୍ଗେ, ଲକ୍ଷ୍ମୀ ମେନନ, ରବି ମାରିଆ ଏବଂ ସୁରେଶ ମେନନ ମଧ୍ୟ ନଜର ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.