Below header

କେରଳରେ ସହାୟତା ଜାରି ରଖିଛନ୍ତି ୭୫ ଜଣିଆ କିଟ୍ କୁଶଳୀ କର୍ମଚାରୀ

କେରଳ (କେନ୍ୟୁଜ୍) : ବନ୍ୟା ପ୍ରପୀଡ଼ିତ କେରଳରେ ସହାୟତା ଜାରି ରଖିଛନ୍ତି କିଟ୍ କୁଶଳୀ କର୍ମଚାରୀ । କିଟର ୭୫ ଜଣିଆ କୁଶଳୀ କର୍ମଚାରୀ ସେଠାରେ ବନ୍ୟା ବିପନ୍ନଙ୍କୁ ସହାୟତା କରୁଛନ୍ତି । ଏର୍ଣ୍ଣାକୁଲମ୍ ଜିଲ୍ଲାର ଆଲୁଭା, କୋଟାପୁରମ୍, ଉତ୍ତର ପାରାଭୁର, କୁନୁକାରା ପଞ୍ଚାୟତର ବିଭିନ୍ନ ଓ୍ଵାର୍ଡରେ ବୁଲି ବୁଲି ବନ୍ୟା କ୍ଷତିଗ୍ରସ୍ତ ଲୋକଙ୍କ ଘରେ ବିଦ୍ୟୁତ ସଂଯୋଗ, ପିଇବା ପାଣି ସଂଯୋଗ ଆଜି ସଜାଡ଼ିବା କାମ କରୁଛନ୍ତି ।

ବନ୍ୟା ଅଞ୍ଚଳରେ ହୋଇଥିବା ବୈଦ୍ୟୁତିକ ଯନ୍ତ୍ରାଂଶ ମରାମତି ବି କରୁଛନ୍ତି କିଟର କୁଶଳୀ କର୍ମଚାରୀ । ଏହି ୭୫ ଜଣିଆ କର୍ମଚାରୀ ବିଭିନ୍ନ ଟିମରେ ବିଭକ୍ତ ହୋଇ ଗାଁକୁ ଗାଁ ବୁଲି ଲୋକଙ୍କୁ ସହାୟତା ଯୋଗାଇ ଦେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଏମାନେ କ୍ଷତିଗ୍ରସ୍ତ ୧ ହଜାର ପରିବାରର ବୈଦ୍ୟୁତିକ ସରଞ୍ଜାମ, ଆସବାବପତ୍ର ଓ ପାଣି ପାଇପ୍ ମରାମତି କାର୍ୟ୍ୟ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.