ବିଧାନସଭା ମୌସୁମୀ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ବର (କେନ୍ୟୁଜ୍) : ବିଧାନସଭା ମୌସୁମୀ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ବିଧାନସଭା ସମେତ ଲୋୟର ପିଏମଜିରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ୩୨ପ୍ଲାଟୁନ୍ ଫୋର୍ସ, ୫ଜଣ ଅତିରିକ୍ତ ଡିସିପି, ୧୨ଜଣ ଏସିପି ର‍୍ୟାଙ୍କର ଅଫିସର, ୮୫ଜଣ ଆଇଆଇସି ଓ ଏସଆଇ ଓ ୨ପ୍ଲାଟୁନ୍ ଏସଓଜି ମୁତୟନ କରାଯିବ । ଏହାସହ ସାଦା ପୋଷାକଧାରୀ ପୋଲିସ ବିଭିନ୍ନ ସ୍ଥାନରେ ନଜର ରଖିବେ ।

ବିଧାନସଭା ସମେତ ବିକ୍ଷୋଭସ୍ଥଳରେ ସିସିଟିଭି କ୍ୟାମେରା ଲଗାଯାଇଛି । ଗତକାଲି ପୋଲିସ ଡିଜି ଇନ୍ ଚାର୍ଜରେ ଥିବା କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟଙ୍କ ସମେତ ପୋଲିସ କମିଶନର, ଗୁଇନ୍ଦା ନିର୍ଦ୍ଦେଶକ ଭୁବନେଶ୍ୱର ଡିସିପି ସମତେ ବହୁ ବରିଷ୍ଠ ପୋଲିସ ଅଫିସର ସିରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.