ମାରାତ୍ମକ ରୋଗରୁ ପୁଅକୁ ଭଲ କରିଦେବାକୁ କାକୁତି ମିନତୀ ହେଉଛନ୍ତି ପରିବାର ଲୋକେ, ସହାୟତାକୁ ଅନେଇ ବସିଛି ମେଧାବୀ ଛାତ୍ର କିରଣ

ପୁଅକୁ କ୍ଯାନ୍ସର। ଚିକିତ୍ସା ପାଇଁ ବର୍ଷେ ମହଲତ ଦେଇଛନ୍ତି ଡାକ୍ତର । ମାସକୁ ଲକ୍ଷେ ଟଙ୍କା ଲେଖାଏଁ , ବର୍ଷକ ପାଇଁ ୧୨ ଲକ୍ଷ ଟଙ୍କା ଦରକାର । ଚାଷକାମ କରି ପରିବାର ଚଳାଉଥିବା ଅଭାବି ମଣିଷଟା ଏତେ ଟଙ୍କା କେମିତି ଯୋଗାଡ କରିବ , ତାକୁ ନେଇ ଚିନ୍ତାରେ ସମୁଦାୟ ପରିବାର

ଭଞ୍ଜନଗର(କେନ୍ୟୁଜ୍): ପୁଅକୁ ଭଲ କରିଦେବାକୁ କାକୁତି ମିନତୀ ହେଉଛନ୍ତି ମା ଗୀତାଞ୍ଜଳି । କଥା କହିବା ମାତ୍ରେ , ଆଖିରୁ ଲୁହ ଜକେଇ ଆସୁଛି । ଛାତିର କୋହକୁ ସମ୍ଭାଳି ସମ୍ଭାଳି ପାରୁନାହନ୍ତି ସେ । ମା’ ଆଖିର ଲୁହକୁ, ପୁଅ ଯେତିକି ପୋଛି ଦେଉଛି , ସେତିକି ଭୋ ଭୋ ହୋଇ କାନ୍ଦୁଛି ମା’ । ମା’ ଓ ପୁଅ ଙ୍କ ଏଭଳି ଆବିଳତା ଭିତରେ , ସ୍ଥାଣୁ ପାଲଟି ଯାଉଛନ୍ତି ବାପା ରବିନାରାୟଣ । ପୁଅର ଚିକିତ୍ସା ପାଇଁ ବର୍ଷେ ମହଲତ ଦେଇଛନ୍ତି ଡାକ୍ତର । ମାସକୁ ଲକ୍ଷେ ଟଙ୍କା ଲେଖାଏଁ , ବର୍ଷକ ପାଇଁ ୧୨ ଲକ୍ଷ ଟଙ୍କା ଦରକାର । ଚାଷକାମ କରି ପରିବାର ଚଳାଉଥିବା ଅଭାବି ମଣିଷଟା ଏତେ ଟଙ୍କା କେମିତି ଯୋଗାଡ କରିବ , ତାକୁ ନେଇ ଚିନ୍ତାରେ ସମୁଦାୟ ପରିବାର । ଯାହାକିଛି ରୋଜଗାର ହେଉଛି , ସେଥିରେ ପରିବାର ତଳେ ଏବଂ ଦୁଇ ପୁଅ , ଝିଅଙ୍କ ପାଠପଢା ହୁଏ । ଏଭଳି ପରିସ୍ଥିତିରେ ଗତବର୍ଷ ଜଣାପଡ଼ିଲା , ୧୫ ବର୍ଷର ଏକମାତ୍ର ପୁଅକୁ କ୍ଯାନ୍ସର ହୋଇଛି ।

ଏତେ କଅଁଳ ବୟସରେ ପୁଣି କ୍ଯାନ୍ସର ଦୁଃଖ । ତେବେ ଇଛା ଥିଲେବି, ପାଠପଢାକୁ ପ୍ରଭାବିତ କରିଛି ଏହି ମାରାତ୍ମକ ରୋଗ । ଏଭଳି ପସ୍ଥିତିରେ, ନିଷ୍ପତ୍ତି ର ଦୋ’ଛକିରେ ବାପା’ , ମା’ । ଏ ହେଉଛି ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ବେଣିପଲ୍ଲୀ ଗାଁର ମେଧାବୀ ଛାତ୍ର  କିରଣକୁମାରଙ୍କ କଥା ।  maa

 

 

ପ୍ରଥମେ ପେଟରେ ଯନ୍ତ୍ରଣା ହେବାରୁ ବ୍ରହ୍ମପୁର ମେଡିକାଲରେ କିରଣର ଚିକିତ୍ସା କଲେ ବାପା , ମା’ । ସେଠାରେ ଜଣାପଡ଼ିଲା ପେଟରେ ଟ୍ଯୁମର ହୋଇଛି । ଭୁବନେଶ୍ୱର ରେ ଟ୍ଯୁମର ଅପରେସନ୍‌ ପରେ ,ଜଣାପଡ଼ିଲା ସେ କ୍ଯାନ୍ସର ରେ ଆକ୍ରାନ୍ତ ଆକ୍ରାନ୍ତ ହୋଇଛନ୍ତି । ଏକମାତ୍ର ପୁଅର ଏଭଳି ଘଟଣା ଜାଣି ଭାଙ୍ଗିପଡିଲେ ପରିବାର ଲୋକେ । ସୁନାଗହଣା ଠାରୁ ଆରମ୍ଭ କରି , ଯାହାକିଛି ସମ୍ବଳ ଥିଲା ସବୁ ସରିଲା । ଏବେ ପୁଅର ଚିକିତ୍ସା ପାଇଁ ପ୍ରତି ମାସରେ ଲକ୍ଷେ ଟଙ୍କା ଦରକାର । ଏତେ ଟଙ୍କା ଯୋଗାଡ କରିବା ଏବଂ ପୁଅକୁ ଚିକିତ୍ସା କରାଇବା ଆଶା ମଉଳି ଯାଇଛି ପରିବାର ଲୋକଙ୍କର । ଏବେ ରାଜ୍ଯ ସରକାର କିମ୍ବା ବଦାନ୍ଯ ବ୍ଯକ୍ତିଙ୍କ ସହାୟତା କୁ ଏକମାତ୍ର ଭରଷା କରିଛନ୍ତି , ପରିବାର । ଏସଂକ୍ରାନ୍ତରେ ଭଂଜନଗର ଉପଜିଲ୍ଲାପାଳ ଓ ଗଂଜାମ ଜିଲ୍ଲାପାଳଙ୍କୁ ଲିଖିତ ନିବେଦନ କରିଛନ୍ତି ପରିବାର ।

ପାଖ କଲେଜରେ ଯୁକ୍ତଦୁଇ ବିଜ୍ଞାନରେ ପାଠ ପଢେ କିରଣ । ଆଗକୁ ଆହୁରି ପାଠ ପଢ଼ିବାକୁ ଲକ୍ଷ ରଖିଛି । ହେଲେ କ୍ଯାନ୍ସର ରୋଗ ବାଧକ ସାଜିଛି ପାଠପଢାରେ । ଚିକିତ୍ସା ଏବଂ ଆର୍ଥିକ ସହାୟତା ପାଇଁ ନିଜେ ମଧ୍ୟ ନିବେଦନ କରୁଛି କିରଣ । ଏ ସଂକ୍ରାନ୍ତରେ ଭଂଜନଗର ଉପଜିଲ୍ଲାପାଳଙ୍କୁ ଆମେ ଭେଟିଥିଲୁ ଏବଂ ସହାୟତା ଯୋଗାଇଦେବାକୁ ଦୃଷ୍ଟି ଆକର୍ଷଣ କରିଥିଲୁ ।

 

kiran

 

ଏବେ କିରଣକୁମାର ଏବଂ ପରିବାର ଲୋକଙ୍କ ଏଭଳି ପରିସ୍ଥିତିରେ ଚିକିତ୍ସା ସହ ଆର୍ଥିକ ସହାୟତା ଜରୁରୀ ହୋଇପଡିଛି । ଏଥିପାଇଁ ସରକାରୀ, କିମ୍ବା ବେସରକାରୀ ସ୍ତରରେ ହେଉ କିମ୍ବା କୌଣସି ବଦାନ୍ଯ ବ୍ଯକ୍ତି ସହାୟତାର ହାତ ବଢାଇଲେ ପୁଣି ନୂଆ ଜୀବନ ପାଇପାରିବ କିରଣ। ଯଦି କେହି ସାହାର୍ଯ୍ଯର ହାତ ବଢାଇବାକୁ ଚାହୁଁଛନ୍ତି ତେବେ ଯୋଗାଯୋଗ କରନ୍ତୁ ଏହି ଠିକଣାରେ।

କିରଣ କୁମାର ନାୟକ
ପିତା – ରବିନାରାୟଣ ନାୟକ
ଗ୍ରାମ/ପୋଷ୍ଟ – ବେଣିପଲ୍ଲୀ
ଭାୟା – ଗୋବରା
ପିନ୍‌ – ୭୬୧୧୨୪
ବ୍ଳକ – ବେଲଗୁଣ୍ଠା
ଜିଲ୍ଲା – ଗଂଜାମ (ଓଡ଼ିଶା)
ମୋବାଇଲ – ୯୪୩୯୬୪୩୬୯୭
Goggle pay no – 9439643697
Account no – 30598316678