Below header

ବାପା ମା ଚାଲିଗଲା ପରେ ଅନାଥ ହୋଇଯାଇଥିଲେ ୪ ଭାଇଭଇଣୀ, କିସ୍‌ରେ ପାଠ ପଢାଇ ମଣିଷ କରାଇବେ ଡ.ଅଚ୍ୟୁତ ସାମନ୍ତ

କାଲିମେଳା(କେନ୍ୟୁଜ୍):  ହଟିଲା ଘନଅନ୍ଧକାର ଭଳି ଘୋଟି ଆସୁଥିବା ଦୁଃଖର କଳାବାଦଲ । ବାପା ମା ଚାଲିଯିବା ପରେ ସମ୍ପର୍ଣ୍ଣ ଅନାଥ ହେଇ ପଡିଥିବା ୪ କୁନି କଳିକାକୁ ସୁନେଲି ଭବିଷ୍ୟତ ପଥର ପଥିକ କଲେ କନ୍ଧମାଳ ସାଂସଦ ତଥା  କିଟ୍ ଓ କିସର ପ୍ରତିଷ୍ଠାତା ଡା.ଅଚ୍ୟୁତ ସାମନ୍ତ।

ସାପ କାମୁଡ଼ାରେ  ବାପାମାଆ ଚାଲିଗଲେ ଆରପାରିକୁ ।  ଆଉ ଅନାଥ ହୋଇଗଲେ ୪ ଭାଇଭଇଣୀ ।  କୁନି କାନ୍ଧରେ ଏବେ ପରିବାର ବୋଝ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମାଲଭରମ ପଞ୍ଚାୟତ ପଡ଼ିଆମିଗୁଡ଼ାର ରାଙ୍ଗୀ ପୋଡ଼ିଆମୀଙ୍କ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ପଞ୍ଚମ ଶ୍ରେଣୀ ପାଢ ପଢ଼ିଥିବା ରାଙ୍ଗୀ ଏକୁଟିଆ ଘର ସମ୍ଭାଳିବା ସହ ଯାହା ମିଳୁଥିଲା ସେଥିରେ ୩ ଭାଇ ଭଉଣୀଙ୍କୁ ଖାଇବାକୁ ଦେଉଥିଲେ । ଏହି ଖବର ଜାଣିବା ପରେ ସେମାନଙ୍କୁ ସହାୟତାର ହାତ ବଢାଇଛି କିସ ଫାଉଣ୍ଡେସନ । କିସ୍‌ରେ ସେମାନେ ରହି ପାଠ ପଢ଼ିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ। ଏଥିପାଇଁ ସେମାନେ ଡ. ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।

କିଟ, କିସ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ସହାୟତା ନେଇ ପ୍ରତିଶ୍ରୁତି ପରେ ପଡ଼ିଆମିଗୁଡ଼ାରେ ପହଞ୍ଚିଛନ୍ତି ମାଲକାନଗିରି ଜିଲ୍ଲା କିସ୍‌ ସଂଯୋଜକ  । ୪ ଅସହାୟ ପିଲାଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି । କିସ୍‌ରେ ସେମାନେ ପାଠ ପଢ଼ିବେ ବୋଲି ବୁଝାଇଥିଲେ । ଏଥିରେ ପିଲମାନେ ବେଶ ଖୁସି ପ୍ରକାଶ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.