Below header

କିସ୍‌କୁ ମିଳିଛି ବିଶ୍ୱସ୍ତରରେ ସର୍ବଶ୍ରେଷ୍ଠ ଶିକ୍ଷା ସମ୍ମାନ: ଟ୍ଵିଟରରେ ୧ ନଂରେ ଟ୍ରେଣ୍ଡ କଲା KISS

କେନ୍ୟୁଜ୍(ବ୍ୟୁରୋ): ଜାତିସଂଘ ପକ୍ଷରୁ କିସ୍‌କୁ ବିଶ୍ୱର ଶ୍ରେଷ୍ଠ ସାକ୍ଷରତା ପୁରସ୍କାର। ଆଜି କିସ୍‌ ସମେତ ସମଗ୍ର ବିଶ୍ୱରେ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ ହେଉଥିବା ବେଳେ କିସ୍‌କୁ ମିଳିଛି ବିଶ୍ୱସ୍ତରରେ ସର୍ବଶ୍ରେଷ୍ଠ ଶିକ୍ଷା ସମ୍ମାନ। ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ କିସ୍‌କୁ ମିଳିଛି ସମ୍ମାନଜନକ ୟୁନେସ୍କୋ ଇଣ୍ଟରନ୍ୟାସନାଲ ଲିଟେରାସି ପୁରସ୍କାର- ୨୦୨୨। ଆଜି ଆଫିକ୍ରାର ଆଇଭୋରୀ କୋଷ୍ଟଠାରେ ୟୁନେସ୍କୋ ପକ୍ଷରୁ ଅନୁଷ୍ଠିତ ହୋଇଛି ପୁରସ୍କାର ବିତରଣ ଉତ୍ସବ। ପୁରସ୍କାର ବାବଦରେ କିସ୍‌କୁ ୨୦ ହଜାର ଆମେରିକୀୟ ଡଲାର, ମେଡାଲ୍‌ ଓ ପ୍ରଶସ୍ତିପତ୍ର ପ୍ରଦାନ କରାଯାଇଛି ।

ଏହି ଅନ୍ତର୍ଜାତୀୟ ଶିକ୍ଷା ପୁରସ୍କାର ପାଇବାରେ କିସ୍‌ ବିଶ୍ୱର ପ୍ରଥମ ଜନଜାତି ଅନୁଷ୍ଠାନ ହୋଇଥିବା ବେଳେ ଭାରତର ସମସ୍ତ ଘରୋଇ ଓ ସରକାରୀ ଅନୁଷ୍ଠାନ କ୍ଷେତ୍ରରେ ପଞ୍ଚମ ଅନୁଷ୍ଠାନ ଓ ତୃତୀୟ ଏନ୍‌ଜିଓ। ଏହା ଓଡିଶା ତଥା ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ। ଆଜି ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ଅବସରରେ କିସ୍‌ର ୩୦ ହଜାର ଛାତ୍ରଛାତ୍ରୀ ଏହି ଖୁସିରେ ଉତ୍ସବ ମନାଇଥିଲେ। ଡ. ସାମନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଲଡୁ ବଣ୍ଟନ ସହ ଶୁଭେଚ୍ଛା ଜଣାଇଥିଲେ।

ଟ୍ଵିଟରରେ ୧ ନଂରେ ଟ୍ରେଣ୍ଡ କଲା KISS । #KISSwinsUNESCOLiteracyPrize ନାଁରେ ଦିନ ତମାମ ଟ୍ରେଣ୍ଡ କରିଛି । ଆଜି ଆନ୍ତର୍ଜାତିକ ସାକ୍ଷରତା ଦିବସରେ ଜାତିସଂଘ ପକ୍ଷରୁ କିସ୍‌କୁ ବିଶ୍ୱର ଶ୍ରେଷ୍ଠ ସାକ୍ଷରତା ପୁରସ୍କାର ପ୍ରଦାନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.